ଭୋଗରାଇ ୦୨।୦୫ : ମଧ୍ୟାହ୍ନ ଭୋଜନରେ ମହାଦୁର୍ନୀତି । ବାଲେଶ୍ୱର ଜିଲ୍ଲା ଭୋଗରାଇରେ ମଧ୍ୟାହ୍ନ ଭୋଜନ ମହାଦୁର୍ନୀତି। ବଜାରରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ବେଳେ ଘେରିଗଲେ ଗାଁ ଲୋକେ। ଘଟଣାସ୍ଥଳରେ ଯୋଗାଣ ଅଧିକାରୀ ପହଞ୍ଚି ଚାଉଳ ଜବତ କରିବା ସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି।

ଖବର ଅନୁଯାୟୀ, ଶନିବାର ସକାଳେ ଭୋଗରାଇ ସହରିଆ ପ୍ରାଥମିକ ବିଦ୍ୟାଳୟରୁ ୬ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଚୌକି ବଜାର ନିକଟରେ ଥିବା ଏକ ଚାଉଳ ଗୋଦାମକୁ ବିକ୍ରି ପାଇଁ ଅଣା ଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ସନ୍ଦେହ କରି ପଚରାଉଚରା କରିଥିଲେ। ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ହେଉଥିବା ଜଣାପଡ଼ିଥିଲା। ଲୋକମାନେ ଭୋଗରାଇ ଯୋଗାଣ ଅଧିକାରୀଙ୍କୁ ଖବର ଦେଇଥିଲେ। ଏନେଇ ଖବର ପାଇ ଭୋଗରାଇ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ପହଞ୍ଚି ୬ବସ୍ତା ଚାଉଳକୁ ଜବତ କରିବା ସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ଲାଗି ରହିଛି। ପିଲାଙ୍କ ପାଇଁ ଆସୁଥିବା ଚାଉଳ ବିକ୍ରି ହେଉଥିବା ଘଟଣାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି।

Also Read:-Weather Alert: ଡ଼ରାଇଲା ମେ’ ମାସ, ବଙ୍ଗୋପସାଗରରେ ସୃଷ୍ଟି ହେବ ବଡ଼ ସିଷ୍ଟମ ! ମନ୍ତ୍ରୀ କହିଲେ- ଆମେ ପ୍ରସ୍ତୁତ