ଭୁବନେଶ୍ୱର: ମେ ମାସର ସିଷ୍ଟମକୁ ନେଇ ପୁଣି ଚିନ୍ତା। ମେ ମାସର ଲଘୁଚାପ ପୁଣି ଡରାଉଛି। GFS ଗ୍ଲୋବାଲ ଫୋରକାଷ୍ଟିଙ୍ଗ ସିଷ୍ଟମ ଅନୁଯାୟୀ ମେ ୧୩ରୁ ୨୩ ମଧ୍ୟରେ ବଙ୍ଗୋପସାଗରରେ ଏକ ସିଷ୍ଟମ ସୃଷ୍ଟି ହୋଇପାରେ। ପ୍ରଥମେ ଘୂର୍ଣ୍ଣିବଳୟ ଓ ପରେ ୧୧ ରୁ ୧୫ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ନେବ ବୋଲି ଆକଳନ କରାଯାଉଛି।

ଏହା ଏଭଳିକି ସାଇକ୍ଲୋ ଜେନେସିସ୍ ଅର୍ଥାତ୍ ଅବପାତ କିମ୍ବା ଗଭୀର ଅବପାତର ସମ୍ଭାବନା ମଧ୍ୟ ରହିଛି | ତେଣୁ ପ୍ରି ମନସୁନର ଏହି ସିଷ୍ଟମ ଆହୁରି ତୀବ୍ର ହେବା ନେଇ ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଆକଳନ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ଦେଇଛନ୍ତି। ବାତ୍ୟା ବନ୍ୟା ଆସିଲେ ଆମେ ପ୍ରସ୍ତୁତ ଅଛୁ ମନ୍ତ୍ରୀ କହିଛନ୍ତି। ଏଜେନ୍ସୀ ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଆମେ ପ୍ରସ୍ତୁତ।

ବାତ୍ୟା, ବନ୍ୟା ଏବଂ ହିଟ ୱେଭ ପ୍ରବଣ ରାଜ୍ୟ ଓଡ଼ିଶା। ଏପ୍ରିଲ ମାସରେ ମଧ୍ୟ ଝଡ଼ ପବନ ହୁଏ। ମେ ମାସରେ ବାତ୍ୟା ହେବା ସମ୍ଭାବନା ଥାଏ। ପୂର୍ବ ଅନୁମାନ ପାଣିପାଗ ବିଭାଗ କରିନାହିଁ। ଛୋଟ ବଡ଼ ଏଜେନ୍ସିର ଆକଳନ ଥାଏ। ଏଭଳି ସମ୍ଭାବନା ଆସିଲେ ଆମେ ପ୍ରସ୍ତୁତ। ବାତ୍ୟା ବନ୍ୟା ଆସିଲେ ଆମେ ପ୍ରସ୍ତୁତ ଅଛୁ। IMD ପକ୍ଷରୁ କଣ ତଥ୍ୟ ଆସିବ ଆମେ ଅପେକ୍ଷା କରୁଛୁ। ଏଜେନ୍ସୀ ବିଶ୍ୱାସ ଯୋଗ୍ୟ ନହେଲେ ମଧ୍ୟ ଆମେ ପ୍ରସ୍ତୁତ। ସଚେତନତା ସବୁଠୁ ବଡ଼ ବାର୍ତ୍ତା।