ପୁରୀ ୧୪।୮: ନୂତନ ମଦ ଦୋକାନକୁ କଡ଼ା ବିରୋଧ । ପୁରୀ ଅଠରନଳା ନିକଟରେ ନୂତନ ମଦ ଦୋକାନ ଖୋଲିବାକୁ ଯାଉଥିବା ବେଳେ ଏହାକୁ ଦୃଢ଼ ବିରୋଧ କରି ରାସ୍ତାରୋକ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ରାସ୍ତାରୋକ ଯୋଗୁଁ ଶତାଧିକ ଗାଡ଼ି ମୋଟର ଅଟକି ରହିଛି ।

ଅଠରନଳା ଏକ ଜନଗହଳିପୂର୍ଣ୍ଣ ସ୍ଥାନ ହୋଇଥିବା ଯୋଗୁଁ ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯିବା ଆସିବା କରନ୍ତି । ଏଥିସହ ପର୍ଯ୍ୟଟକ ଓ ଭକ୍ତମାନେ ମଧ୍ୟ ଏହି ରାସ୍ତାରେ ଯାତାୟତ କରିଥାନ୍ତି । ତେଣୁ ମଦ ଦୋକାନ ଗାଁ ମଝିରେ ଖୋଲାଇ ଦେବୁନାହିଁ ବୋଲି ଦାବି କରି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।

Also Read:- ‘ହର୍ ଘର୍ ତିରଙ୍ଗା’ ଅଭିଯାନ : ବାସଭବନରେ ତ୍ରିରଙ୍ଗା ଉଡ଼ାଇ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଏ ନେଇ ଖବର ପାଇ ସଦର ଥାନା ପୋଲିସ, ଅତିରିକ୍ତ ଏସପି, ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୋକ କରିଥିବା ଲୋକଙ୍କୁ ବୁଝାସୁଝା କରୁଛନ୍ତି । ମଦ ଦୋକାନ ସ୍ଥାନାନ୍ତର ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି କଡ଼ା ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Watch Video: