ଭୁବନେଶ୍ବର ୧୯।୬: ଜାଲରେ ପଡ଼ିଛନ୍ତି ଆଉ ଜଣେ ଯନ୍ତ୍ରୀ। କୋରାପୁଟରୁ କେନ୍ଦ୍ରାପଡ଼ା ଲମ୍ବିଛି ସଂପତ୍ତି, କୋଠାବାଡ଼ି। ସତ୍ୟବାବୁଙ୍କ ସଂପତ୍ତି ଦେଖି ତାଜୁବ ହୋଇଛି ଭିଜିଲାନ୍ସ। କୋଟପାଡ ବ୍ଲକ ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠୀଙ୍କ ୭ଟି ଠିକଣାରେ ହୋଇଛି ଚଢ଼ାଉ। ଛୋଟବଡ଼ କେତେ ହାତୀ ମୂର୍ତ୍ତି ଗଦେଇଛନ୍ତି ଘରେ। ସୁନା ଅଳଙ୍କାର ଗଦା ଗଦା। ସେମିତି ୫ ଶହ ଟଙ୍କିଆ ବିଡ଼ା ବିଡ଼ା। ୧୦, ୨୦ ଶହେ ୨ଶହ ଟଙ୍କିଆ ବିଡ଼ା ବି ଅଛି। ନଗଦ ୫ ଲକ୍ଷ ୪୮ ହଜାର ଟଙ୍କା ୩୦୦ ଗ୍ରାମର ସୁନା, ସମେତ ଏକାଧିକ ବ୍ୟାଙ୍କରେ ଡିପୋଜିଟ ମିଳିଛି। ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ, ପଟାଙ୍ଗି ତହସିଲରେ ୩୨ଟି ମୂଲ୍ୟବାନ ପ୍ଲଟ ଠାବ ହୋଇଛି। ଏସବୁ ପ୍ଲଟର ମୂଲ୍ୟାୟନ ହେଉଛି। ବାବୁ ଖାଲି କୋରାପୁଟରେ ସୀମିତ ନାହାନ୍ତି। ଖୋର୍ଦ୍ଧା ଜଟଣୀ ମାଧିପୁର ମୌଜାରେ ୧ ହଜାର ବର୍ଗଫୁଟ ବିଶିଷ୍ଟ ଗୋଟିଏ ଫ୍ଲାଟ୍ଠାବ ହୋଇଛି.। କୋରାପୁଟ ବୋରିଗୁମ୍ମା ତରାଗାଁରେ ୧୦ ଏକର ବିଶିଷ୍ଟ ଫାର୍ମ ମିଳିଛି। ଏବଂ ୪.୩୫ ଏକର ବିଶିଷ୍ଟ ଆଉ ଏକ ଫାର୍ମ ରହିଛି।

ମାତ୍ର ୭ହଜାର ୧୦୦ ଟଙ୍କା ଦରମାରେ ନିଜ ଚାକିରି ଜୀବନ ଆରମ୍ଭ କରିଥିଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ । ୧୯୯୮ରେ କୋରାପୁଟ ଜିଲ୍ଲା ଆମ୍ବାଗୁଡ଼ା ଉପର କୋଲାବ ଡିଭିଜନରେ ଚିଫ୍ ଇଂଜିନିଅରଙ୍କ କାର୍ଯ୍ୟାଳୟରେ ଜେଇ ଭାବେ କାର୍ଯ୍ୟ କରିଥିଲେ। ୨୦୦୧ରେ ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକକୁ ହେଲା ବଦଳି। ୨୦୦୨ରେ କୋରାପୁଟ ଜିଲ୍ଲା ଜୟପୁର ITDAରେ କାର୍ଯ୍ୟ କରିଥିଲେ । ୨୦୧୫ରେ ଆସିଷ୍ଟାଣ୍ଟ ଇଂଜିନିୟର ଭାବେ କୋଟପାଡ଼ ବ୍ଲକରେ କାର୍ଯ୍ୟ କରିଥିଲେ । ୨୦୨୦ରେ ବୋରିଗୁମ୍ମା ବ୍ଲକ ଏବଂ ୨୦୨୫ରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟ ବା AEE ଭାବେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକରେ କାର୍ଯ୍ୟ କରୁଥିଲେ। ମାନେ ୯୮ରେ ୭ ହଜାର ଦରମା ଆଉ ୨୦୨୬ରେ କୋଟି କୋଟିର ସଂପତ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପଲେଇ ପଂଚାୟତ ଜହଙ୍ଗର ଗାଁରେ ଚଢାଉ କରାଯାଉଛି l ଚଢାଉରେ ୭ ଜଣ ଡିଏସ୍ପି, ୯ ଜଣ ଇନସ୍ପେକ୍ଟର, ୧୧ ଜଣ ASI ଏବଂ ଅନ୍ୟ କର୍ମଚାରୀ ସାମିଲ । କୋରାପୁଟସ୍ଥିତ ଅଫି ର୍ ଜୟପୁରସ୍ଥିତ ସରକାରୀ କ୍ବାର୍ଟର, ଜୟପୁର ପାରାବେଡାସ୍ଥିତ ଭଡା ଘର, କୋରାପୁଟ ବୋରିଗୁମ୍ମାସ୍ଥିତ ୨ଟି ଫାର୍ମ ହାଉସ, ଖୋର୍ଦ୍ଧା ଜଟଣୀ ମାଧିପୁରରେ ଥିବା ଫ୍ଲାଟ୍ରେ ଚଢ଼ାଉ ହୋଇଛି। ଏଥିରେ ୭ ଡିଏସପି, ୯ ଇନ୍ସପେକ୍ଟର ଓ ୧୧ ଏଏସଆଇଙ୍କ ସାମିଲ ହୋଇଛନ୍ତି l

କୋରାପୁଟରେ ବାବୁଙ୍କର ୩୨ଟି ମୂଲ୍ୟବାନ ପ୍ଲଟ, ୧୫ ଏକର ଜମିରେ ୨ଟି ଫାର୍ମ ହାଉସ ଠାବ ହୋଇଛି । ତାରାଗାଁ ମୌଜାରେ ଥିବା ଫାର୍ମରେ ଆମ୍ବ ଓ ୟୁକାଲିପଟସ୍ ଗଛ ଲାଗିଛି । ସେହିଭଳି ଆଉ ଏକ ଫାର୍ମରେ ନୀଳଗିରି ଗଛ ଲାଗିଛି । ଗଣତି ଚାଲିଛି ଜଣାଯାଉଛି ଆସନ୍ତାକାଲି ଆଡକୁ ସତ୍ୟନାରାୟବାବୁ ସଂପତ୍ତି କେତେ ସ୍ପଷ୍ଟ ହୋଇଯିବ, ଆଉ ତାଙ୍କୁ ଭିଜିଲାନ୍ସ କୁଆଡ଼େ ନେବ ତାହା ମଧ୍ୟ ଜଣା ପଡ଼ିବ।