କଟକ ୪।୯: କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା । ଜିଲ୍ଲାପାଳ "ଅପିଲ କର୍ତ୍ତୃପକ୍ଷ" ଭଳି ଆଚରଣ କରିବାକୁ ଚେଷ୍ଟା କରିଛନ୍ତି, ଯାହା ପ୍ରଶାସନିକ ଶିଷ୍ଟାଚାର ଓ ସୀମା ଉଲଂଘନ ସଦୃଶ ବୋଲି ହାଇକୋର୍ଟ କହିବା ସହ ପୁନର୍ବାର ଏଭଳି ଭୁଲ ନକରିବାକୁ ଚେତାବନୀ ଦେଇଛନ୍ତି ।

ନୂଆ ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କମିଟିରେ ଏଡିଏମ ପାହ୍ୟାର ଅଧିକାରୀ ରହିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ନିର୍ଦ୍ଦେଶକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିନଥିଲେ ଜିଲ୍ଲାପାଳ ।

ଗୁରୁବାର ଏନେଇ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇଥିଲେ କଟକ ଜିଲ୍ଲାପାଳ । ପୂର୍ବ ଆଦେଶକୁ ସଂଶୋଧନ ପାଇଁ ଜିଲ୍ଲାପାଳ ଆବେଦନ କରିଥିଲେ । ତେବେ ଜିଲ୍ଲାପାଳଙ୍କ ଅନ୍ତରୀଣ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି ।