ନୂଆଦିଲ୍ଲୀ, ୨୨/୦୯ : ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ ଜାତିସଂଘ ସାଧାରଣ ସଭାରେ (ୟୁଏନଜିଏ) ଯୋଗଦେବାକୁ ମଙ୍ଗଳବାର ନ୍ୟୁୟର୍କ ଯାତ୍ରା କରିବେ । ଜାତିସଂଘ ସଭାରେ ସେ ଉଦବୋଧନ ଦେବା ଆଶା କରାଯାଉଚଇ . ଅନ୍ତର୍ଜାତୀୟ ପୃଷ୍ଠଭୂମିରେ ଇରାନର ସଂକ୍ରାନ୍ତରେ ସେ ଭାଷଣ ଦେଇପାରନ୍ତି। ଏଥିସହିତ ବିଭିନ୍ନ ଦେଶର ନେତା ଓ ଅଧିକାରୀଙ୍କ ସହିତ ପେଜେଶକିଆନ ବୈଠକ କରିବା କାର୍ଯ୍ୟକ୍ରମ ବି ରହିଛି।

ତେବେ ଏହି ପରିପ୍ରେକ୍ଷୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ବୈଠକ ବସିବା ସମ୍ଭାବନା ରହିଥିବା କୁହାଯାଉଛି। ଟ୍ରମ୍ପ ଏ ନେଇ ସୋମବାର ସକାରାତ୍ମକ ଟିପ୍ପଣୀ ଦେଇଛନ୍ତି। ଇରାନ ରାଷ୍ଟ୍ରପତିଙ୍କ ସହ କଥାବାର୍ଭା ଲାଗି ସେ ଜାତିସଂଘ ସଭାରେ ଯୋଗଦେବାକୁ ପ୍ରସ୍ତୁତ ବୋଲି ଗଣମାଧ୍ୟମକୁ କହିଛନ୍ତି। ଯଦି ଏହା ସମ୍ଭବ ହୁଏ, ତେବେ ଯୁଦ୍ଧ ପରେ ଦୁଇଦେଶର ରାଷ୍ଟ୍ରପତିଙ୍କ ମଧ୍ୟରେ ଏହା ପ୍ରଥମ ସିଧାସଳଖ ବୈଠକ ହେବ ।

କୂଟନୈତିକ ଚ୍ୟାନେଲରେ ଯୁଦ୍ଧ ବନ୍ଦ ପାଇଁ ଏହା ନୂଆ ସୁଯୋଗ ସୃଷ୍ଟି କରି କରିବ। ଏହି ସମ୍ଭାବ୍ୟ ଦ୍ବିପାକ୍ଷିକ ଆଲୋଚନା ବାବଦରେ ଆମେରିକା କିମ୍ବା ଇରାନ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ତେବେ ଜାତିସଂଘ ସାଧାରଣ ପରିଷଦ ସଭାରେ ସାମିଲ ହେବା ଲାଗି ଇରାନ ପ୍ରତିନିଧିଙ୍କୁ ୱାଶିଂଟନ ହିଁ ଅନୁମତି ଦେଇଛି। ପେଜେଶକିଆନ ଏବଂ ଇରାନର ବିଦେଶ ମନ୍ତ୍ରୀ ଆବ୍ବାସ ଅରାଘାଚି ସଭାରେ ସାମିଲ ହେବେ।

Also Read :- ଆମେରିକାର ୟୋସେମାଇଟ୍ ଜାତୀୟ ଉଦ୍ୟାନରେ ଅଗ୍ନିଶମ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ୍ ମୃତ

ଆମେରିକୀୟ ସରକାର ପ୍ରଥମେ ଇରାନୀ ନେତା ଓ ଅନ୍ୟ ପ୍ରତିନିଧିଙ୍କ ଭିସା ସ୍ଥଗିତ ରଖିଥିଲା । କିନ୍ତୁ କିଛି ବରିଷ୍ଠ ଇରାନୀ ଅଧିକାରୀଙ୍କ ଲାଗି ଭିସା ଜାରି କରିବାକୁ ଶେଷରେ ଅନୁମତି ଦେଇଥିଲା। ଏହା ପୂର୍ବରୁ ଯୁଦ୍ଧ ଶେଷ ଲାଗି ଇରାନ ପକ୍ଷରୁ ଆମେରିକା ସାମ୍ନାରେ ୭ଟି ସର୍ଭ ରଖାଯାଇଥିଲା । ଏହା ଅନୁସାରେ, ସବୁ ମୋର୍ଚ୍ଚାରେ ଯୁଦ୍ଧ ବନ୍ଦ କରିବାକୁ ହେବ। ବିଦେଶରେ ଅଚଳ ଇରାନୀ ପାଣ୍ଠିକୁ ଜାରି ସହିତ ହୋର୍ମୁଜରେ ନୌସେନା ଅବରୋଧ ହଟାଇବାକୁ ପଡ଼ିବ। ସର୍ଭଗୁଡ଼ିକୁ ଆମେରିକା ମାନିନେଲେ ହିଁ ଶାନ୍ତି ଆଲୋଚନା ହେବ। ଅନ୍ୟଥା ଯୁଦ୍ଧ ପାଇଁ ଇରାନ ପ୍ରସ୍ତୁତ ବୋଲି କୁହାଯାଇଥିଲା