କୋରାପୁଟ ୧୮।୧୨: ଭିଜିଲାନ୍ସ ପଞ୍ଝାରେ ଦଶମନ୍ତପୁର ଥାନା ଅଧିକାରିଣୀ ସୁକମା ହାଁସଦା । ଥାନାରେ ଥିବା ଏକ ହତ୍ୟା ଘଟଣାକୁ ରଫାଦଫା କରିବାକୁ ୨୦ ହଜାର ଲାଞ୍ଚ ମାଗିଥିଲେ ଥାନା ଅଧିକାରିଣୀ । ମାଗିଥିବା ଲାଞ୍ଚ ଟଙ୍କା ନେଉଥିବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ । କୋରାପୁଟ ଦଶମନ୍ତପୁର ଥାନା ଭିତରେ ଘନଘନ ଯାଞ୍ଚ କରୁଛନ୍ତି ଜୟପୁର ଭିଜିଲାନ୍ସ ଟିମ୍ ।