କୁଚିଣ୍ଡା ୮।୯: ଆକାଉଣ୍ଟଟାଣ୍ଟ ଙ୍କୁ ଉଠାଇଲା ଭିଜିଲାନ୍ସ । ୨ କୋଟି ୧୭ ଲକ୍ଷ ସରକାରୀ ଟଙ୍କା ଚଞ୍ଚକତା କରି ଆତ୍ମସାତ ଅଭିଯୋଗରେ ପରେ ତଦନ୍ତ କରୁଥିଲା ଭିଜଲାନ୍ସ.। କୁଚିଣ୍ଡା ଉପଖଣ୍ଡ ଫାଶୀମାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆକାଉଣ୍ଟାଣ୍ଟ ମିର ଇନ୍ତିଆଜ ଅଲ୍ଲୀଙ୍କୁ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଉଠାଇନେଲା ସମ୍ବଲପୁର ଭିଜାଲାନ୍ସ ଟିମ୍ । ଅଧିକ ପଚରା ଉଚରା ପାଇଁ ସମ୍ବଲପୁର ଭିଜାଲାନ୍ସ କାର୍ଯ୍ୟାଳୟକୁ ନେଇଥିବା ସୂଚନା ।

Also Read:- MMDR ବିଲ୍‌କୁ ନେଇ କଂଗ୍ରେସର ବଡ଼ ଘୋଷଣା, ୨୯ରେ ବିଧାନସଭା ଘେରାଉ

ତେବେ ସରକାରୀ ଟଙ୍କା ଆତ୍ମସାତ ପରେ ଗତ ମାସ ୨୭ ତାରିଖରୁ ଫେରାର ଥିଲେ ଆକାଉଣ୍ଟାଣ୍ଟ ମିର ଇନ୍ତିଆଜ ଅଲ୍ଲୀ । ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିବା ବେଳେ ଖବର ପାଇ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ନେଇଥିଲେ । ତେବେ ପ୍ରକୃତରେ କେତେଟଙ୍କା ଓ କିପରି ଆତ୍ମସାତ କରିଥିଲେ ତାହା ତଦନ୍ତ ପରେ ସାମ୍ନାକୁ ଆସିବ ।

Watch Video: