ବାଲେଶ୍ବର: ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆତ୍ମସାତ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ୩ ଜଣ ପଞ୍ଚାୟତସ୍ତରୀୟ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୂର୍ବତନ ପିଇଓ ସୁବ୍ରତ କୁମାର ପତି, ପୂର୍ବତନ ପିଇଓ ଚିତ୍ତରଞ୍ଜନ ବାଗସିଂ ଏବଂ ଆକାଉଣ୍ଟାଣ୍ଟ-ତଥା-ଡାଟା ଏଣ୍ଟ୍ରି ଅପରେଟର ଗୌତମ ଦଳେଇ।

ତଦନ୍ତରୁ ଜଣାପଡ଼ିଛି ଯେ, ୨୦୨୨ରୁ ୨୦୨୫ ମସିହା ମଧ୍ୟରେ ଭୋଗରାଇ ବ୍ଲକରୁ ହିତାଧିକାରୀଙ୍କୁ ବାଣ୍ଟିବା ପାଇଁ ଅଗ୍ରୀମ ଆଣିଥିବା ଟଙ୍କାରୁ ବଳକା ୧୬ ଲକ୍ଷ ୭୬ ହଜାର ୫୦୦ ଟଙ୍କା ଫେରସ୍ତ ନକରି ଏହି ତିନି ଜଣ ନିଜ ସ୍ୱାର୍ଥ ପାଇଁ ହଡ଼ପ କରିନେଇଥିଲେ। ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା (କେସ୍ ନଂ- ୨୨/୨୦୨୬) ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି।

Also Read: ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗ : ଫେରାର ଥିବା ଆକାଉଣ୍ଟାଣ୍ଟଙ୍କୁ ଉଠାଇନେଲା ଭିଜିଲାନ୍ସ