ଭୁବନେଶ୍ବର: ଜାତୀୟ ରାଜପଥ ଏବଂ ଏକ୍ସପ୍ରେସଓ୍ବେରେ ଯାତାୟତକୁ ସହଜ ତଥା ବିଭିନ୍ନ ସୁବିଧାର ଉପଲବ୍ଧତା ସୁଦୃଢ଼ କରିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ବା NHAIର ନୂଆ ପଦକ୍ଷେପ। ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେ ପାର୍ଶ୍ୱରେ ଥିବା ୱେସାଇଡ ଫେସିଲିଟି ଗୁଡ଼ିକରେ ମିଳିବ ଯାନବାହାନ ମରାମତି ଏବଂ ପଙ୍କଚର ସେବାର ସୁବିଧା । ଏନେଇ NHAIର ଜାତୀୟ ରାଜପଥ ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟ ଲିମିଟେଡ୍ (NHLML) ଏହାର କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଯେଉଁଥିରେ ୱେସାଇଡ୍ ସୁବିଧା (WSA) ଲିଜଧାରୀମାନଙ୍କୁ ଯଥାଶୀଘ୍ର ଯାନବାହାନ ମରାମତି ଦୋକାନ ଏବଂ ପଙ୍କଚର ମରାମତି ସୁବିଧା ପ୍ରତିଷ୍ଠାକୁ ପ୍ରାଥମିକତା ଦେବାକୁ କୁହାଯାଇଛି।

ଏନଏଚଏଆଇ ପକ୍ଷରୁ କୁହାଯାଇଛି, ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ସାମଗ୍ରିକ ଜାତୀୟ ରାଜପଥ ଯାତ୍ରା ଅଭିଜ୍ଞତାକୁ ଉନ୍ନତ କରିବା, ଯାନବାହାନ ଡାଉନଟାଇମ୍ ହ୍ରାସ କରିବା, ସଡ଼କ ସୁରକ୍ଷା ବୃଦ୍ଧି କରିବା ଏବଂ ଜାତୀୟ ରାଜପଥ କରିଡରରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସହିତ ମାଲ ପରିବହନକାରୀମାନଙ୍କୁ ତୁରନ୍ତ ସହାୟତା ସୁନିଶ୍ଚିତ କରିବା।

Also Read: ରେ-ବ୍ୟାନ୍ ସାମ୍ରାଜ୍ୟରେ ପାରିବାରିକ ବିବାଦ, ୧୧.୫ ବିଲିୟନ୍ ଡଲାରରେ ଭାଇଭଉଣୀଙ୍କ ଅଂଶଧନ କିଣିବେ ଉତ୍ତରାଧିକାରୀ

ଯେ ଅନେକ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ଅଧିକ ସଂଖ୍ୟକ ଯାନବାହାନ ଏବଂ ପଙ୍କଚର ମରାମତି ସେବା ଆବଶ୍ୟକ। ଏହାଦ୍ବାରା ରାଜପଥ ବ୍ୟବହାରକାରୀମାନଙ୍କୁ ଅସୁବିଧା, ବିଳମ୍ବ ଏବଂ ସମ୍ଭାବ୍ୟ ସୁରକ୍ଷା ଚିନ୍ତାକୁ ଏଡ଼ାଇବା ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ସମୟୋଚିତ ଯାନ୍ତ୍ରିକ ସହାୟତା ମିଳିପାରିବ।