IPL 2026: ଆଇପିଏଲ୍ ଇତିହାସରେ ଅନେକ ବ୍ୟାଟ୍ସମ୍ୟାନ୍ ବିଶାଳ ସ୍କୋର କରି ରେକର୍ଡ କରିଛନ୍ତି। ୨୦୧୧ରେ କ୍ରିସ୍ ଗେଲ୍ଙ୍କ ବିସ୍ଫୋରକ ବ୍ୟାଟିଂ, ୨୦୧୬ରେ ବିରାଟ କୋହଲିଙ୍କ ରେକର୍ଡ ୯୭୩ ରନ୍ ଏବଂ ଡେଭିଡ୍ ୱାର୍ଣ୍ଣରଙ୍କ ଅବିଶ୍ୱସନୀୟ ଇନିଂସ ଆଇପିଏଲ୍ର ଗୋଟିଏ ଗୋଟିଏ ଏମିତି ଅଧ୍ୟାୟ ଯାହାକୁ ଭୁଲିବା କିମ୍ବା ଭାଙ୍ଗିବା ଅସମ୍ଭବ । ମାତ୍ର ଆଇପିଏଲ୍ ୨୦୨୬ରେ ରାଜସ୍ଥାନ ରୟାଲ୍ସର ୧୫ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଯେଉଁ ଇତିହାସ ରଚିଛନ୍ତି, ତାହା କେବଳ ରେକର୍ଡ ଭାଙ୍ଗିନାହିଁ ବରଂ ଟି-୨୦ ବ୍ୟାଟିଂର ସଂଜ୍ଞା ବଦଳାଇ ଦେଇଛି।

Also Read: ଚାମ୍ପିଅନ୍ ଆରସିବିକୁ ବଡ଼ ଝଟ୍‌କା: ଆଗାମୀ ସିଜିନ ପାଇଁ ଟିମ୍ ଡେଭିଡଙ୍କ ଉପରେ ଲାଗିଲା ବ୍ୟାନ

ଏହି ଐତିହାସିକ ସିଜନରେ ବୈଭବ କାହିଁକି କିମ୍ବଦନ୍ତୀ ଖେଳାଳିଙ୍କୁ ବି ପଛରେ ପକାଇଦେଲେ:

ଅସମ୍ଭବ ପରିସଂଖ୍ୟାନ
ବୈଭବ ୧୬ଟି ଇନିଂସରୁ ମାତ୍ର ୩୨୬ଟି ବଲ୍ ସାମ୍ନା କରି ୨୩୮ ର ଷ୍ଟ୍ରାଇକ୍ ରେଟ୍ରେ ସମୁଦାୟ ୭୭୬ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୬୩ଟି ଚୌକା ଏବଂ ୭୨ଟି ଛକା ସାମିଲ ରହିଛି। ଗୋଟିଏ ସିଜନରେ ସେ ଅରେଞ୍ଜ କ୍ୟାପ୍, ଇମର୍ଜିଙ୍ଗ ପ୍ଲେୟାର, ସର୍ବାଧିକ ଛକା, ସୁପର ଷ୍ଟ୍ରାଇକର ଏବଂ MVP ପୁରସ୍କାର ହାସଲ କରି ସମ୍ପୂର୍ଣ୍ଣ ଆଧିପତ୍ୟ ଜାହିର କରିଛନ୍ତି।

ଦମଦାର ରନକୁ ଖତରନାକ ଷ୍ଟ୍ରାଇକ୍ ରେଟ୍
କୋହଲିଙ୍କ ୯୭୩ (ଷ୍ଟ୍ରାଇକ୍ ରେଟ୍ ୧୫୨), ୱାର୍ଣ୍ଣରଙ୍କ ୮୪୮ (ଷ୍ଟ୍ରାଇକ୍ ରେଟ୍ ୧୫୧), ଶୁବମନ ଗିଲ୍ଙ୍କ ୮୯୦ (ଷ୍ଟ୍ରାଇକ୍ ରେଟ୍ ୧୫୭) ରନ୍ ହେଉ ବା ଆନ୍ଦ୍ରେ ରସଲଙ୍କ ୨୦୪ ଷ୍ଟ୍ରାଇକ୍ ରେଟ୍ରେ ୫୧୦ ରନ୍- ଏ ସମସ୍ତ ଇନିଂସ୍ ଶ୍ରେଷ୍ଠ ଥିଲା ସତ। କିନ୍ତୁ ବୈଭବ ଗୋଟିଏ ସିଜନରେ ଅଧିକ ରନ୍ ଏବଂ ତାହା ପୁଣି ୨୩୮ ଷ୍ଟ୍ରାଇକ୍ ରେଟ୍ରେ କରି ଆଇପିଏଲ୍ର ସବୁଠାରୁ ଭୟଙ୍କର ବ୍ୟାଟ୍ସମ୍ୟାନ୍ ପାଲଟିଛନ୍ତି।

Also Read: ବୈଭବକୁ କେବେ ଚୟନ କରିବ ? ଅଜିତ୍‌ ଅଗରକର୍‌ଙ୍କୁ କିଏ ଓ କାହିଁକି ଏମିତି କହିଲେ...

ଭାଙ୍ଗିଲା କ୍ରିସ୍ ଗେଲ୍ଙ୍କ'ଛକା'ରେକର୍ଡ
କ୍ରିସ୍ ଗେଲ୍ ୨୦୧୨ ସିଜନରେ ୫୯ଟି ଛକା ମାରି ଯେଉଁ ରେକର୍ଡ କରିଥିଲେ, ତାକୁ ବୈଭବ ବହୁ ପଛରେ ପକାଇ ଦେଇଛନ୍ତି। ସେ ଚଳିତ ସିଜନରେ ମାତ୍ର ୩୨୬ଟି ବଲ୍ରୁ ୭୨ଟି ଛକା ମାରିଛନ୍ତି, ଅର୍ଥାତ୍ ପ୍ରତି ସାଢ଼େ ୪ଟି ବଲ୍ରେ ଗୋଟିଏ ଛକା।

କେବଳ ପାୱାରପ୍ଲେ ନୁହେଁ,ସବୁବେଳେ ଆକ୍ରମଣ
କିଛି ଆଲୋଚକ କହୁଥିଲେ ଯେ ସେ କେବଳ ପ୍ରଥମ ୬ ଓଭରର (ପାୱାରପ୍ଲେ) ଫାଇଦା ଉଠାଉଛନ୍ତି। ମାତ୍ର ତଥ୍ୟ କହୁଛି ଅଲଗା କଥା:

ପାୱାରପ୍ଲେ (୧-୬ ଓଭର): ୫୨୧ ରନ୍ (୨୩୩.୬୩ ଷ୍ଟ୍ରାଇକ୍ ରେଟ୍)

ମଧ୍ୟଭାଗ (୭-୧୧ ଓଭର): ୧୫୭ ରନ୍ (୨୩୪.୩୩ ଷ୍ଟ୍ରାଇକ୍ ରେଟ୍)

ଶେଷ ଭାଗ (୧୨-୧୬ ଓଭର): ୮୫ ରନ୍ (୨୬୫.୬୩ ଷ୍ଟ୍ରାଇକ୍ ରେଟ୍)

ଏଥିରୁ ସ୍ପଷ୍ଟ ଯେ ବୈଭବ ଆରମ୍ଭରୁ ଶେଷ ଯାଏଁ ସମାନ ଆକ୍ରମଣାତ୍ମକ ବ୍ୟାଟିଂ କରିଛନ୍ତି। ସେ ଖେଳିଥିବା ସମୁଦାୟ ବଲ୍ରୁ ୪୧% କେବଳ ବାଉଣ୍ଡାରୀ (ଚୌକା ବା ଛକା) ଥିଲା।

Also Read: FIFA ୱାର୍ଲଡକପ୍ , ୧୯୦ କୋଟି ଟଙ୍କାର ଟ୍ରଫି ଜାଣନ୍ତୁ ଖାସ କାହିଁକି?

ନକଆଉଟ୍ ମ୍ୟାଚ୍ରେ ଚାପମୁକ୍ତ ବ୍ୟାଟିଂ
ଅନେକ ଖେଳାଳି ନକଆଉଟ୍ ବା ପ୍ଲେ-ଅଫ୍ ମ୍ୟାଚ୍ର ଚାପ ସମ୍ଭାଳି ନପାରି ଫେଲ୍ ମାରନ୍ତି। କିନ୍ତୁ ବୈଭବ ଏଲିମିନେଟରରେ ହାଇଦ୍ରାବାଦ ବିପକ୍ଷରେ ୯୭ ରନ୍ ଏବଂ କ୍ୱାଲିଫାୟର୍-୨ ରେ ଗୁଜରାଟ ବିପକ୍ଷରେ ୯୬ ରନ୍ କରି ପ୍ରମାଣ କରିଦେଇଛନ୍ତି ଯେ ସେ ବଡ଼ ମ୍ୟାଚ୍ର ଖେଳାଳି।

ବିରାଟ କୋହଲି VS ବୈଭବ 

ବିରାଟ କୋହଲିଙ୍କ ୨୦୧୬ ସିଜନ୍ (୯୭୩ ରନ୍ ଏବଂ ୮୦+ ଆଭେରେଜ୍) ଆଇପିଏଲ ଇତିହାସର ସବୁଠାରୁ ଖତରନାକ ସିଜନ୍ ହୋଇ ରହିଛି, ଯେଉଁ ରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ। ଡେଭିଡ୍ ୱାର୍ଣ୍ଣର ବା ଋତୁରାଜ ଗାଏକ୍ୱାଡ୍ ନିଜ ଦଳକୁ ଟ୍ରଫି ଜିତାଇବାରେ ସଫଳ ହୋଇଥିଲେ। ମାତ୍ର ଯଦି ଦେଖାଯାଏ ଗୋଟିଏ ସିଜନରେ ସବୁଠାରୁ ନିର୍ଦ୍ଦୟ (Ruthless) ବ୍ୟାଟିଂ, ତେବେ ବୈଭବ ସୂର୍ଯ୍ୟବଂଶୀଙ୍କ ଆଇପିଏଲ୍ ୨୦୨୬ ସମସ୍ତଙ୍କ ଉପରେ ଭାରୀ ପଡ଼ିବ। ଆଇପିଏଲ୍ ଏହାଠାରୁ ଭୟଙ୍କର ଅରେଞ୍ଜ କ୍ୟାପ୍ ବିଜେତା କେବେ ଦେଖିନଥିଲା।