ନ୍ୟୁୟର୍କ, ୨୭।୧୧: ଆମେରିକାରେ ଝଡ଼ ତୋଫାନର ଆତଙ୍କ । ଥ୍ୟାଙ୍କସ୍ ଗିଭିଂ ଡେ ଅବସରରେ ୟୁଏସରେ ଝଡ଼ ତୋଫାନ ଛାରଖାର କରିଛି । ସବୁଠୁ ଅଧିକ ବିମାନ ସେବା ପ୍ରଭାବିତ ହୋଇଛି । ଏହାସହ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଛି । ୧୮୦୦ରୁ ଅଧିକ ବିମାନର ଉଡାଣ ବିଳମ୍ବିତ ହୋଇଥିବା ବେଳେ ଲକ୍ଷାଧିକ ଘରେ ବିଦ୍ୟୁତ ନାହିଁ । ଫଳରେ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଫ୍ଲାଇଟ୍ ଟ୍ରାକିଂ ତଥ୍ୟ ଅନୁସାରେ, ଶୁକ୍ରବାର ୪୧୭ଟି ଉଡାଣକୁ ରବ୍ଦ କରାଯାଇଛି । ସେହିପରି ୧୮୦୦ରୁ ଅଧିକ ବିମାନ ବିଳମ୍ବରେ ଉଡ଼ିଛନ୍ତି । ଓ୍ୱାଶିଂଟନ ଏବଂ ନ୍ୟୁୟର୍କର ଏୟାରପୋର୍ଟ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

ଆହୁରି ମଧ୍ୟ କୁହାଯାଉଛି ଯେ, ୮ ଲକ୍ଷରୁ ଅଧିକ ଘରର ବିଜୁଳି ସରବରାହ ଠପ୍ ହୋଇଛି । ଝଡତୋଫାନ କାରଣରୁ ଅନେକ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଆସିଛି । ତେବେ ତୋଫାନ ବେଳେ କିଛି ରାଜ୍ୟରେ ଘଣ୍ଟା ପ୍ରତି ୭୦ ମାଇଲ୍ ବା ୧୧୨ କିମି ବେଗରେ ପବନ ପ୍ରବାହିତ ହୋଇଥିଲା ।

Also Read :- ମହଙ୍ଗା ହେଲା ସୁନା ରେଟ୍, ଆଗକୁ ଆହୁରି ବଢିବ ! ବିଶେଷଜ୍ଞ କହିଲେ...

ପୂର୍ବରୁ ବିଭିନ୍ନ ବିଦ୍ୟୁତ କମ୍ପାନୀ ଏବଂ ସ୍ଥାନୀୟ ପ୍ରଶାସନ ଅଘଟଣ ଘଟିବା ନେଇ ସତର୍କ କରାଇଥିଲା । ବର୍ଷା ଏବଂ ପବନ ପାଇଁ ଅନେକ ଦିନ ଯାଏଁ ବିଜୁଳି ସେବା ମିଳିବ ନାହିଁ ବୋଲି ଲୋକଙ୍କୁ କୁହାଯାଇଥିଲା । ୟୁଏସ ରାଷ୍ଟ୍ରୀୟ ପାଣିପାଗ ବିଭାଗ ଅନୁସାରେ, ଭର୍ଜିନିୟା, ମ୍ୟାରେଲ୍ୟାଣ୍ଡ, ଡେଲାବେୟର, ନ୍ୟଜର୍ସି, ନ୍ୟୁୟର୍କର କିଛି ଜାଗାରେ ୫୦ରୁ ୭୦ ମାଇଲ୍ ବେଗରେ ପବନ ବହିଛି । ଖରାପ ପାଗ ପାଇଁ ଥ୍ୟାଙ୍କସ୍ ଗିଭିଂ ଡେ ପରେଡକୁ ସ୍ଥଗିତ ରଖାଯାଇଛି । ଏହାପ୍ରଥମ ଥର ପାଇଁ ହୋଇଛି ଯେତେବେଳେ ଖରାପ ପାଗ ପାଇଁ ପରେଡର ତାରିଖରେ ପରିବର୍ତ୍ତନ କରାଯାଇଛି ।