ନୂଆଦିଲ୍ଲୀ ୨୭।୧୧: ଲଗାତାର ଖସୁଥିଲା ସୁନା ରେଟ୍ । ୧୮ କ୍ୟାରେଟ୍ ସୁନାର ଦାମ୍ ଲକ୍ଷେ ପାଖାପାଖି ପହଁଚି ଯାଇଥିଲା । ଏପରିକି ୨୨ ଏବଂ ୨୪ କ୍ୟାରେଟର ଦାମରେ ବି ଅହେତୁକ ହ୍ରାସ ପରିଲକ୍ଷିଣ ହୋଇଥିଲା । କିନ୍ତୁ ଏବେ ପୁଣି ଉପରକୁ ଉଠିବା ଆରମ୍ଭ କରିଛି ସୁନା । ଏହି ହଳଦିଆ ଧାତୁର ଦାମ୍ ଗୁରୁବାର ଉପରମୁହାଁ ହୋଇଛି ।

ସୁନା ଦରରେ ଦେଖାଦେଇଛି ଅସ୍ଥିରତା। ଗୁରୁବାର ଏହି ଧାତୁ ସାମାନ୍ୟ ମହଙ୍ଗା ହୋଇଛି। ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୧୫୨୦ ଟଙ୍କା ଏବଂ ୧୪୦୦ ଟଙ୍କା ବୃଦ୍ଧି ଘଟିଛି। ଫଳରେ ଉଭୟ ଯଥାକ୍ରମେ ୧,୧୪, ୪୦୦ ଟଙ୍କା ଏବଂ ୧,୨୪, ୮୦୦ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୧.୬୫ ଲକ୍ଷ ଟଙ୍କାରେ ଅପରିବର୍ତ୍ତିତ ରହିଥିବା ଥିବା ଜଣାପଡ଼ିଛି।

Also Read :- ଏବେ ଶୀତ କିନ୍ତୁ ୩୦ରେ ପୁଣି ଲଘୁଚାପ ! ନେଇପାରେ ବାତ୍ୟାର ରୂପ

ବିଶେଷଜ୍ଞଙ୍କ କହିବାନୁସାରେ, ଲଗାତର ଦର ଖସିବା ଫଳରେ ଏବେ ଲାକେ ବଡ଼ ଆକାରରେ ସୁନା ଏବଂ ଏବଂ ରୁପା କିଣୁଛନ୍ତି। ଫଳରେ ଆଗାମୀ ଦିନରେ ଧାତୁ ଦ୍ଵୟର ଦର ବଢ଼ିପାରେ। ବର୍ତ୍ତମାନ ସ୍ଥିତିରେ ଏକାବେଳେ ନ କିଣି ପର୍ଯ୍ୟାୟ ଭିଭିରେ ସୁନା କିଣିବା ପାଇଁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ। ସୂଚନାଯୋଗ୍ୟ, ସମ୍ପ୍ରତି ସୁନା ଏହାର ରେକର୍ଡ ସ୍ତରରୁ ପ୍ରାୟ ୩୦% ଶସ୍ତା ହୋଇଯାଇଛି।