ନୂଆଦିଲ୍ଲୀ, ୩୧/୦୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣିଥରେ ଉତ୍ତେଜନା ବଢିବାରେ ଲାଗିଛି । ହର୍ମୋଜକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି । ସମୁଦ୍ରରେ ଭୟର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗରେ ଇରାନର ଲାରକ ଦ୍ୱୀପରେ ଥିବା ସୈନ୍ୟ ବେସ୍ ଉପରେ ଆମେରିକା ଆକ୍ରମଣ କରିଛି । ଇରାନ ମଧ୍ୟ ଏହାର ଜବାବ ଦେଇଛି । ଜୋର୍ଡାନରେ ଥିବା ୟୁଏସ ସାମରିକ ଘାଟି ଉପରେ ତେହେରାନ ପକ୍ଷରୁ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଛି । ତେବେ ଆମେରିକାର ଆକ୍ରମଣରେ ଇରାନର ଅନେକ ସୈନ୍ୟ ଏବଂ ସାଧାରଣ ନାଗରିକ ପ୍ରାଣ ହରାଇଥିବା ଜଣାପଡିଛି ।

ଆମେରିକା ସେନା ରବିବାର ଲାରକ ଦ୍ୱୀପରେ ଥିବା ଦୁଇଟି ଇରାନୀ ଲଞ୍ଚରକୁ ଟାର୍ଗେଟ୍ କରିଥିଲା । ୟୁଏସର କହିବାନୁସାରେ, ଆଇଆରଜିସିର ଯବାନ ହର୍ମୋଜ୍ ଷ୍ଟ୍ରେଟରେ କିଛି ଜାହାଜକୁ ଟାର୍ଗେଟ୍ କରିବା ପାଇଁ ଯୋଜନା କରୁଥିଲେ । ଏହାକୁ ପ୍ରତିହତ କରିବା ପାଇଁ ଆମେରିକା ଷ୍ଟ୍ରାଇକ୍ କରିଥିଲା । ଏହା ଜୁଲାଇ ମାସ ପରେ ସବୁଠୁ ବଡ ଆଟାକ୍ ବୋଲି କୁହାଯାଉଛି । କାରଣ କିଛି ଦିନ ହେଲା ଯୁଦ୍ଧ ଥମିଥିଲା । ହର୍ମୋଜଜରେ ଜାହାଜ ଚଳାଚଳ ସାଧାରଣ ହୋଇଥିଲା ।

Also Read :- ସୁବ୍ରତ ବାଗଚୀଙ୍କୁ ନୂଆ ଦାୟିତ୍ୱ : କର୍ଣ୍ଣାଟକ ସରକାର ଦେଲେ ଦେଲେ ବଡ଼ ପଦବୀ

ୟୁଏସ୍ ଅଧିକାରୀଙ୍କ କହିବାନୁସାରେ, ୟୁଏସ ସେନା ଇରାନର ଦୁଇଟି ଲଞ୍ଚରକୁ ଟାର୍ଗେଟ୍ କରିଛି । କାରଣ ଆମେରିକା ସୁରକ୍ଷିତ ଜାହାଜ ଚଳାଚଳ ଉପରେ ଫୋକସ କରି ଆସିଛି । କିଛି ଦିନ ତଳେ ଡୋନାଲ୍ଡ ଟ୍ରମ୍ପ୍ ତେହେରାନକୁ ଚେତାବନୀ ଦେଇ ସମୁଦ୍ରରେ ମାଇନ୍ସ ବିଛାଇଲେ ପରିସ୍ଥିତି ଭଲ ହେବନି ବୋଲି କହିଥିଲେ ।

ତେବେ ଆମେରିକାର ଆକ୍ରମଣର ଜବାବ ଦେଇଛି ଇରାନ । ଜୋର୍ଡାନର କିଙ୍ଗ୍ ହୁସେନ ଏବଂ ଅଲ ଅଜ୍ରକରେ ଥିବା ଆମେରିକାର ବେସରେ ବାଲିଷ୍ଟିକ୍ ଆକ୍ରମଣ ହୋଇଛି । ଇରାନ ଗଣମାଧ୍ୟମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆମେରିକାର ଆକ୍ରମଣ ପାଇଁ ଦଣ୍ଡ ମିଳିବ ଏବଂ ଇରାନବାସୀ ଏହାର ଜବାବ ଦେବେ ବୋଲି ତେହେରାନ ପକ୍ଷରୁ କୁହାଯାଇଛି ।