ବେଙ୍ଗାଲୁରୁ, ୩୧/୦୮: ବିଶିଷ୍ଟ ଉଦ୍ୟୋଗପତି, ଫିଲାନଥ୍ରୋପିଷ୍ଟ, ସ୍ତମ୍ଭକାର ଓ ପ୍ରେରଣାଦାୟୀ ବକ୍ତା ସୁବ୍ରତ ବାଗଚୀଙ୍କୁ ନୂଆ ଦାୟିତ୍ଵ ମିଳିଛି। ଓଡିଶାରେ ଦକ୍ଷତା ବିକାଶ ପ୍ରାଧିକରଣର ମୁଖିଆ ଥାଇ ନାଁ କମାଇଥିବା ଶ୍ରୀ ବାଗଚୀଙ୍କୁ କର୍ଣ୍ଣାଟକ ସରକାର ବଡ଼ ଦାୟିତ୍ଵ ଦେଇଛନ୍ତି।

ତାଙ୍କୁ କର୍ଣ୍ଣାଟକ ଦକ୍ଷତା ବିକାଶ ଭିଜନ ଗ୍ରୁପ୍ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। କର୍ଣାଟକ ରାଜ୍ୟ ଦକ୍ଷତା ନୀତି (୨୦୨୫-୨୦୩୨) ଅଧୀନରେ ଏହି ସ୍ବତନ୍ତ୍ର ଭିଜନ ଗ୍ରୁପ ଗଠନ ହୋଇଛି। ଦକ୍ଷତା ବିକାଶ ପାଇଁ କ'ଣ ନୂଆ ପଦକ୍ଷେପ ନେଇ ସ୍ଥାନୀୟ ଯୁବବର୍ଗଙ୍କୁ ଦକ୍ଷ କରିହେବ ତା ଉପରେ ଶ୍ରୀ ବାଗ୍ଚୀ କର୍ଣ୍ଣାଟକ ସରକାରଙ୍କୁ ପରାମର୍ଶ ଦେବେ।

Also Read :- ୪ ଦିନ ଯାଏଁ ଛାଡ଼ିବନି ବର୍ଷା ! ଏହି ଜିଲ୍ଲାରେ ଅତି ପ୍ରବଳ ବର୍ଷିବ...ଜାରି ହେଲା ରେଡ୍ ଓ୍ୱାର୍ଣ୍ଣିଂ

ଏହି ନୂଆ ନିଯୁକ୍ତିକୁ ନେଇ ଶ୍ରୀ ବାଗଚୀ କହିଛନ୍ତି, ଆଗାମୀ ଭବିଷ୍ୟତର ମୂଳଦୁଆ ପକାଇବାକୁ ଆମେ କାମ କରିବୁ। ଆମେ ଆଗରୁ ଏହା କରି ଦେଖାଇଥିଲୁ ଏବେ ପୁଣି ଥରେ କରି ଦେଖାଇବୁ। ସୂଚନା ଯେ, ତାଙ୍କ ନେତୃତ୍ୱରେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଅନେକ ସଫଳତା ପାଇଥିଲା ।