ନୂଆଦିଲ୍ଲୀ, ୦୩/୦୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଥମିବାର ନା ନେଉନାହିଁ । ଶାନ୍ତି ଆଲୋଚନା ବିଫଳ ହେଲା ପରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଏବଂ ଇରାନ । ଏହା ମଧ୍ୟରେ ଆମେରିକାର ଅନେକ ସୈନ୍ୟ ବେସ୍ ଉପରେ ଇରାନ ଆକ୍ରମଣ କରିଛି । ବାଲିଷ୍ଟିକ୍ ମିସାଇଲରେ ଏହି ଆକ୍ରମଣ କରାଯାଇଛି । ଏହାର ଜବାବରେ ଆମେରିକା ମଧ୍ୟ ଇରାନର କକେସମ୍ ଦ୍ବୀପ ନିକଟରେ ଏୟାର ଷ୍ଟ୍ରାଇକ୍ କରିଛି ।

ଆମେରିକା ସେଣ୍ଟ୍ରାଲ କମାଣ୍ଡର ବୟାନ ଅନୁସାରେ, ଇରାନ ନିଜର ପଡୋଶୀ ଦେଶକୁ ଟାର୍ଗେଟ୍ କରି ଅନେକ ମିସାଇଲ ଆକ୍ରମଣ କରିଛି । ତେବେ ଇରାନର ଏହି ଆକ୍ରମଣକୁ ଆମେରିକା ଫେଲ୍ କରିଦେଇଛି । ଅନେକ ମିସାଇଲ ଟାର୍ଗେଟ୍ କୁ ଭେଦ କରିବାରେ ବିଫଳ ହୋଇଛନ୍ତି ।

ଆହୁରି ମଧ୍ୟ ଦାବି ହୋଇଛି ଯେ, କୁଏତ ଉପରେ ଆକ୍ରମଣ କରାଯାଇଥିବା ମିସାଇଲକୁ ଇଣ୍ଟରସେପ୍ଟ୍ କରାଯାଇଛି । ଫଳରେ ଏହା ଲକ୍ଷ୍ୟ ଭେଦ କରିନାହିଁ । ସେହିପରି ତେହେରାନ ଉପରେ ଇରାନ ପକ୍ଷରୁ ତିନୋଟି ମିସାଇଲ ଆକ୍ରମଣ କରାଯାଇଥିଲା । ଯାହାକୁ ଆମେରିକା ଏବଂ ବାହାରିନର ଏୟାର ଡିଫେନ୍ସ୍ ସିଷ୍ଟମ ଆକାମୀ କରିଦେଇଛନ୍ତି ।

କେସମ୍ ଦ୍ୱୀପରେ ଆଟାକ୍

ଆମେରିକୀୟ ସେନା ଇରାନର ଅନେକ ଡ୍ରୋନକୁ ଖସାଇ ଦେଇଛନ୍ତି । ଏହି ଡ୍ରୋନ୍ ସମୁଦ୍ରରେ ସାଧାରଣ ପରିବହନ କରୁଥିବା ଜାହାଜକୁ ଟାର୍ଗେଟ୍ କରିଥାନ୍ତା । ଏପରିକି ଇରାନ ଉପରେ ପ୍ରତି ଜବାବ ଦେବାକୁ ଯାଇ ଇରାନର କେସମ୍ ଦ୍ୱୀପରେ ଥିବା ଇରାନ୍ କଣ୍ଟ୍ରୋଲ୍ ଷ୍ଟେସନ ଉପରେ ୟୁଏସ ପକ୍ଷରୁ ଆକ୍ରମଣ କରାଯାଇଛି ।

ଇରାନର ପ୍ରତିକ୍ରିୟା

ଆକ୍ରମଣକୁ ନେଇ ଇରାନ କହିଛି ଯେ, ଆମେରିକୀୟ ସେନା ଦକ୍ଷିଣ କେସମ୍ ଦ୍ୱୀପରେ ଥିବା ଏକ ଟାଓ୍ୱାରକୁ ଟାର୍ଗେଟ୍ କରିଛି । ଯାହାର ଭୟଙ୍କର ଜବାବ ଦିଆଯିବ । ଆଜି ରାତିରେ ହିଁ ଇରାନ ନିଜର ପ୍ରତିଶୋଧ ନେବ ବୋଲି ଆଇଆରଜିସି ଦାବି କରିଛି ।