ନୂଆଦିଲ୍ଲୀ, ୧୯/୦୯ : କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ୍ ଉପରେ ୦.୪ ପ୍ରତିଶତର ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ସାରା ଦେଶରେ ବିରୋଧ କରାଯାଉଛି । ଆସନ୍ତା ଅକ୍ଟୋବର ୧୫ ତାରିଖରୁ ଏହା ଲାଗୁ ହେବ । କିନ୍ତୁ ଏହା ଲାଗୁ ହେବା ପୂର୍ବରୁ ଏହାର ପ୍ରଭାବ ଜନତାଙ୍କୁ ଭୋଗିବାକୁ ପଡୁଛି । ଦୋକାନୀଙ୍କଠୁ ଆରମ୍ଭ କରି ବ୍ୟବସାୟୀ ସମସ୍ତେ ଚିନ୍ତାରେ ପଡି଼ ଯାଇଛନ୍ତି । ଏପରିକି ପେଟ୍ରୋଲ ପମ୍ପରେ ଏବେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି ।

ରାଜସ୍ଥାନର ଅଲଓ୍ୱରରେ ଦେଖିବାକୁ ମିଳିଛି ଯେ ଅନେକ ପେଟ୍ରୋଲ ପମ୍ପରେ କ୍ୟାସ୍ ପେମେଣ୍ଟର ପୋଷ୍ଟର ଲାଗିଛି । ପେଟ୍ରୋଲ କିମ୍ବା ଡିଜେଲ ଭରିବାକୁ ପହଁଚୁଥିବା ଗ୍ରାହକଙ୍କୁ ସିଧାସଳଖ ୨ ହଜାରରୁ ଅଧିକ ଫିଲିଂରେ କ୍ୟାସ୍ ଦେବାକୁ କୁହାଯାଉଛି । ଏପରିକି ଅନଲାଇନ୍ ପେମେଣ୍ଟ ନେବାକୁ ସେମାନେ ମନା କରି ଦେଉଛନ୍ତି ।

Also Read :- ଏଲ୍ ନିନୋ ପ୍ରଭାବରେ ଭାରତରେ ମୌସୁମୀ ବର୍ଷା ସଙ୍କଟ; ୧୭ ବର୍ଷରେ ସବୁଠୁ କମ୍ ବର୍ଷା ଆଶଙ୍କା

ମାଲିକଙ୍କ କହିବାନୁସାରେ, ଅକ୍ଟୋବରରୁ ଟିକସ ପ୍ରକ୍ରିୟା ଲାଗୁ ହେବ । ତେଣୁ ଏବେଠୁ ଲୋକଙ୍କୁ କ୍ୟାସ୍ ଅଭ୍ୟାସରେ ପକାଯାଉଛି । ଏବେ ସେମାନେ ଅନଲାଇନ୍ ପେମେଣ୍ଟ ନେଉଛନ୍ତି । ଲୋକେ ମଧ୍ୟ ୟୁପିଆଇକୁ ନେଇ ଭ୍ରମିତ ରହିଛନ୍ତି । ତେଣୁ ୨୦୦୦ରୁ ଅଧିକ ଟଙ୍କା କ୍ୟାସରେ ଦେବାକୁ ସେମାନଙ୍କୁ କୁହାଯାଉଛି ।

ଅକ୍ଟୋବରରୁ ଲାଗୁ ହେବାକୁ ଥିବା ୟୁପିଆଇ ଏମଡିଆରକୁ ନେଇ କିଛି ଖାସ୍ ନିର୍ଦ୍ଦେଶନାମା ଆସିନାହିଁ । କିନ୍ତୁ ଅନେକ କ୍ୟାଶ୍ ନେବା ଆରମ୍ଭ କରିଦେଲେଣି । ଏନେଇ ଲୋକଙ୍କୁ ଜଣାଇ ଦିଆଯାଇଥିବା ପମ୍ପ୍ ମାଲିକ ପ୍ରକାଶ କରିଛନ୍ତି । ଅନ୍ୟ ଦିଗରେ ପେଚ୍ରୋଲ ଭରିବା ପାଇଁ ଆସୁଥିବା ଗ୍ରାହକ ଭ୍ରମରେ ରହୁଛନ୍ତି । କେହି କେହି ୨୦୦୦ରୁ ଅଧିକ ପେମେଣ୍ଟ କରିବା ପାଇଁ ତିନି ଚାରି ଥର ପେମେଣ୍ଟ କରୁଛନ୍ତି ।

ଲୋକଙ୍କ ଧାରଣା ଯେ, ବ୍ୟବସାୟୀଙ୍କ ଉପରେ ପ୍ରଭାବ ପଡିଲେ ସାଧାରଣ ଲୋକେ ମଧ୍ଯ ପ୍ରଭାବିତ ହେବେ । କାରଣ ବ୍ୟବସାୟୀମାନେ ଲୋକଙ୍କ ଟଙ୍କାରେ ଟିକସ ଦିଅନ୍ତି । ଆଗାମୀ ଦିନରେ ଅନେକ ବସ୍ତୁର ଦାମ୍ ବଢିଯିବ । ସରକାର ଏପରି ହଠାତ ଟିକସ ବ୍ୟବସ୍ଥା କରିବାକୁ ଲୋକେ ଗ୍ରହଣ କରିପାରୁ ନାହାଁନ୍ତି ।