ଗଜପତି ୬।୯: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସବ୍ ଜେଲ୍ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ଗତ ୪୫ ଦିନ ହେଲା ସେ ପୋକ୍ସୋ ମାମଲାରେ ବିଚାରାଧୀନ କଏଦୀ ଭାବେ ପାରଳାଖେମୁଣ୍ଡି ଜେଲ୍ରେ ଥିଲେ । ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ ଓ ପରିବାର ଲୋକ । ମୃତ୍ୟୁର କାରଣ ଜଣାପଡିନି । ଜେଲ୍ କର୍ତ୍ତୃପକ୍ଷଙ୍କ କହିବା କଥା ହେଲା, ସେ ଶନିବାର ଜେଲ୍ର ଅନ୍ୟ କଏଦୀ ମାନଙ୍କ ସହ ରାତ୍ର ଭୋଜନ ସାରି ବିଶ୍ରାମ ନେବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ଜେଲ୍ ଫାର୍ମାସିଷ୍ଟଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା ହେବାପରେ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ପାରଳାଖେମୁଣ୍ଡି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ରୁନା ବଡରଇତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀ । ବର୍ତ୍ତମାନ ରୁନାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ, ଗୋଟିଏ ଛୋଟ ଝିଅ । ଏବେବି ରୁନାଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି । ଏଭଳି ସ୍ଥିତିରେ ରୁନାଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କ ମାନସିକ ସନ୍ତୁଳନ ଏକପ୍ରକାର ଠିକ୍ ନାହିଁ । କାରଣ ରୁନା ଗିରଫ ହେବା ପରେ ଗତ ୧୫ ଦିନ ତଳେ ସେ ଜେଲ୍ରେ ତାଙ୍କୁ ଭେଟିଥିଲେ । ତାଙ୍କର ସେଭଳି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପୂର୍ବରୁ ନଥିଲା । ଗିରଫ ହେବା ସମୟରେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ତେଣୁ ଜେଲ୍ କର୍ତ୍ତୃପକ୍ଷ ରୁନାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ତାଙ୍କ ସ୍ତ୍ରୀ ଓ ପରିବାର ବର୍ଗ ଅଭିଯୋଗ ଆଣିଛନ୍ତି ।

Also Read:- ଶ୍ରେଷ୍ଠ ଥାନା ଚୟନ ଦୌଡ଼ରେ ରମ୍ଭା ଥାନା, ସ୍ୱଚ୍ଛତା ଓ ପୋଲିସର କାର୍ଯ୍ୟଦକ୍ଷତା ଦେଖି ରିସର୍ଚ୍ଚ ଟିମ୍ ମୁଗ୍ଧ

ସେପଟେ ରୁନାଙ୍କ ପରିବାରରେ ଅନ୍ୟ କେହି ରୋଜଗାରିଆ ନାହାନ୍ତି ଏଭଳି ସ୍ଥିତିରେ ଆଗକୁ ତାଙ୍କ ପରିବାର କିଭଳି ନିଜ ଗୁଜରାଣ କରିବେ ସେ ନେଇ ବଢ଼ିଛି ଚିନ୍ତା । ଯେହେତୁ ଜେଲ୍ ହାଜତରେ ରୁନା ରହିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବାରୁ ପରିବାର ଲୋକେ ଓ ଗ୍ରାମବାସୀ ଉପଯୁକ୍ତ କ୍ଷତିପୂରଣ ଦେବାପାଇଁ ଦାବି କରିଛନ୍ତି । ନଚେତ ରୁନାଙ୍କ ଶବକୁ ନେଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Watch Video: