ଭୁବନେଶ୍ୱର ୧୦।୦୫ : ବାଲିଅନ୍ତା ବର୍ବରତା ନେଇ ମାମଲା ରୁଜୁ କଲା କଲା କ୍ରାଇମବ୍ରାଞ୍ଚ। DSP ରତ୍ନପ୍ରଭା ଶତାପଥୀ ଙ୍କ ନେତୃତ୍ୱରେ ତଦନ୍ତ କରିବ ୩ଜଣିଆ ଟିମ୍ । ଆଜି ବାଲିଅନ୍ତା ଥାନା ପହଞ୍ଚି ମାମଲାର ସମସ୍ତ ଦସ୍ତାବିଜ୍ ନେବ କ୍ରାଇମବ୍ରାଞ୍ଚ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଜଣେ ଡିଏସ୍ ପିଙ୍କ ନେତୃତ୍ବରେ ଏକ ୩ ଜଣିଆ ଟିମ୍ ଗଠନ କରିଛନ୍ତି । ଏବେ ସୁଦ୍ଧା ପୋଲିସ ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଛି। ବାକି ଅଭିଯୁକ୍ତଙ୍କୁ ଖୋଜାଚାଲିଛି। ଗିରଫଦାରୀ ଭୟରେ ଆଖପାଖ ୫ ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି । ଆଜି ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିପାରେ । ଯାହା ତଦନ୍ତ ପାଇଁ ସହାୟକ ହେବ।

ତେବେ ଏଠି ପ୍ରଶ୍ନ ଉଠୁଛି । ସୌମ୍ୟଙ୍କ ମୋବାଇଲ ଏବେ କେଉଁଠି ? ହତ୍ୟାକାଣ୍ଡ ପୂର୍ବରୁ ସୌମ୍ୟଙ୍କ ସହ କେହି କଥା ହୋଇଥିଲେ କି? ଆକ୍ରମଣ ସମୟରେ ସୌମ୍ୟଙ୍କ ମୋବାଇଲ କିଏ ରଖିଥିଲା ? ସୌମ୍ୟଙ୍କ କଲ୍ ରେକର୍ଡ ଯାଞ୍ଚ କରାଗଲାଣି କି ? ଏହାବ୍ୟତୀତ ଯେଉଁମାନେ ଭିଡ଼ ହତ୍ୟାରେ ସମ୍ପୃକ୍ତ ଥିଲେ ସେମାନଙ୍କ ଭିତରେ କାହା ସହ ସୌମ୍ୟଙ୍କ ଶତ୍ରୁତା ଥିଲାକି, ସମୃକ୍ତ ଯୁବକଙ୍କ ମୋବାଇଲ ଯାଞ୍ଚ କରାଯିବ କି? ଏପରି ଅନେକ ପ୍ରଶ୍ନ କ୍ରାଇମବ୍ରାଞ୍ଚ ସାମ୍ନାରେ ରହିଛି ।

Also Read:-Thalapathy Vijay CM Ceremony: ମଥାରେ ବିନ୍ଦି...ଗଭାରେ ଗଜରା ଲଗାଇ ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ପହଞ୍ଚିଲେ ତ୍ରିଶା କୃଷ୍ଣନ୍, ଭାଇରଲ ହେଲା ଟ୍ରାଡିସନାଲ ଲୁକ୍

ଅନ୍ୟପଟେ କ୍ରାଇମବ୍ରାଞ୍ଚ ତଦନ୍ତକୁ ସୌମ୍ୟଙ୍କ ପରିଵାର ଲୋକେ ସ୍ବାଗତ କରିଛନ୍ତି। ଆଜିଠାରୁ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ ଆରମ୍ଭ କରିବ। ସେପଟେ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କଂଗ୍ରେସ। ଅନ୍ୟପଟେ ସୌମ୍ୟଙ୍କ ପୂର୍ବରୁ ଵାତ ରୋଗ ଥିଲେ ମଧ୍ୟ ତାହା ଏତେ ଗୁରୁତର ନଥିଲା ବୋଲି ପରିବାର ଲୋକେ କହିଛନ୍ତି। ସୌମ୍ୟଙ୍କ ହତ୍ୟା ପଛରେ ଷଡଯନ୍ତ୍ର ଥାଇପାରେ ବୋଲି ସୌମ୍ୟଙ୍କ ଵାପା କହିଛନ୍ତି। ଏ ସମ୍ପର୍କରେ ସୌମ୍ୟଙ୍କ ଗାଁ ମୌଜପୁରରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଦୀପକ ଷଡ଼ଙ୍ଗୀ।