ଶ୍ରୀନଗର, ୨୫/୦୯ : ଲୁଚିଛନ୍ତି ଆତଙ୍କବାଦୀ । ଧରିବାକୁ ଜୋରଦାର ଚାଲିଛି ଅପରେସନ । ଜମ୍ମୁକାଶ୍ମୀରର ଉଦ୍ଧମପୁର ଜିଲ୍ଲାର ପାହାଡିଆ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି । ଯାହା ପରେ ସଂପୃକ୍ତ ଅଞ୍ଚଳକୁ ଘେରି ଯାଇଛନ୍ତି ସୁରକ୍ଷାକର୍ମୀ । ଏହାସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । କିଛି ଦିନ ତଳେ ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ ।

Also Read :- ଗର୍ଜନ କରି ଘରେ ପଶିଗଲା ମହାବଳ ବାଘ, ବାହାରେ ଜଗିଛି ବନ ବିଭାଗ

ଗତ କିଛି ଦିନ ଧରି ଉଦ୍ଧମପୁର ଜିଲ୍ଲାରେ ଆତଙ୍କବାଦୀଙ୍କ ଗତିବିଧି ଅଧିକ ରହିଛି । ନିକଟରେ ଦୁଇ ଜଣ ଆତଙ୍କୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଥିଲେ । ଆଉ କିଛି ଜଣ ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଯେଉଁଥି ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସେପ୍ଟେମ୍ବର ୧୬ରୁ ଅପରେସନ

ଜିଲ୍ଲାର ମଜଲଟା ଏବଂ ଖୁବନ୍ ଅଞ୍ଚଳରେ ସେନା, ସିଆରପିଏଫ୍ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ତଥ୍ୟ ମିଳିଥିଲା । ଏହି ସମୟରେ ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ । ଯବାନନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଫଳରେ ଦୁଇ ଜଳ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

ସୂଚନାଯୋଗ୍ୟ, ପିଓକରେ କାଶ୍ମୀର ଘାଟି ସହ ଜମ୍ମୁ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି । କିନ୍ତୁ ସୁରକ୍ଷାକର୍ମୀଙ୍କ ତ୍ୱରିତ୍ ଆକ୍ସନ ପାଇଁ ବାରମ୍ବାର ସେମାନେ ବିଫଳ ହେଉଛନ୍ତି । ଏପରିକି ଯବାନମାନେ ଲଶ୍କର ସହ ଜଡିତ ତିନି ଜଣ ସ୍ପିପର୍ ସେଲ ସଦସ୍ୟଙ୍କୁ ଧରିବାରେ ସଫଳ ମଧ୍ୟ ହୋଇଥିଲେ ।