ଉଦଳା ୭।୯: ଉଦଳା ପୋଲିସର ବେପରୁଆ ନୀତି । ନିର୍ଦ୍ଦୋଷକୁ ଅଭିଯୁକ୍ତ ସଜାଇ ଗଣମାଧ୍ୟମ ସାମ୍ନାରେ ମୁହଁରେ ଗାମୁଛା ଗୁଡ଼ାଇ ଛିଡା କଲା ପୋଲିସ । ନିର୍ଦ୍ଦୋଷ ଯୁବକ ବଖାଣିଲେ ସବୁ ସତ । ଉଦଳା ପୋଲିସର ଏପରି ଖାମଖିଆଲ ନୀତି ଏବେ ଚର୍ଚ୍ଚାରେ ।

ରବିବାର ତାର ବାଡ଼ ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ଦର୍ଶାଇ ୩ ଅଭିଯୁକ୍ତଙ୍କ ମୁହଁ ଘୋଡାଇ ଗଣମାଧ୍ୟମ ସାମ୍ନାକୁ ଆଣିଥିଲା ପୋଲିସ । ଆଉ ୩ ଅଭିଯୁକ୍ତ ତାର ଜାଲ ଚୋରି କରିଥିବା ଦର୍ଶାଇଥିଲା । ହେଲେ ୩ ଜଣଙ୍କ ଭିତରୁ ବାବୁରାମ ହେମ୍ବ୍ରମ ନିର୍ଦ୍ଦୋଷ ଥିବାବେଳେ ଚୋରିରେ ସମ୍ପୃକ୍ତ ନ ଥିବା ପୋଲିସ ପରେ ଜାଣିବାକୁ ପାଇଥିଲା । ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଥାନାରେ ରହିବା ପରେ ଶେଷରେ ବାବୁରାମ ହେମ୍ବ୍ରମକୁ ଛାଡି ଦେଇଥିଲା ପୋଲିସ । ତାର ଚୋରି ଘଟଣାରେ ଅନ୍ୟ ଦୁଇ ଜଣ ପଙ୍କଜ ମହାକୁଡ଼ ଏବଂ ପ୍ରଶାନ୍ତ ମହାକୁଡ଼କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Also Read:-  ପିଆଜ ଦରରେ ଆଶ୍ୱସ୍ତି ; ଏହି ୪ ଜିଲ୍ଲାରେ ଶସ୍ତାରେ ମିଳୁଛି ପିଆଜ, ଜାଣନ୍ତୁ କେଉଁଠି

ତେବେ ପୋଲିସ ସଠିକ୍ ତଦନ୍ତ ନ କରି ତରବରିଆ ଭାବେ ନିର୍ଦ୍ଦୋଷ ବାବୁରାମକୁ ଦୋଷୀ ସଜାଇବା ଉପରେ ଉଠିଛି ପ୍ରଶ୍ନ ।

Watch Video: