ଭଦ୍ରକ ୨୩।୧୦ : ବୟସ ଆସି ୯୦ ଛୁଇଁଲାଣି। ଚମ ଧୁଡ଼ୁ ଧୁଡ଼ୁ ହୋଇଗଲାଣି। ଆଖିକୁ ଭଲରେ ଦେଖାଯାଉନଥିବା ବେଳେ ଅଣ୍ଟା ସଳଖି ଚାଲିବା ବି କଷ୍ଟ। ହେଲେ ଏହି ବୟସରେ ବି ତାଙ୍କୁ ଭତ୍ତା ପାଇଁ ନୟାନ୍ତ ହେବାକୁ ପଡ଼ୁଛି। ଦୀର୍ଘ ୯ ମାସ ହେବ ଭତ୍ତା ନପାଇ ବ୍ଲକ କାର୍ଯ୍ୟାଳୟ ଆଗରେ ବସି କାନ୍ଦୁଛନ୍ତି ପଢୁଆଁ ଗାଁର ରଘୁନାଥ ପାଢ଼ୀ।

ଖବର ଅନୁଯାୟୀ, ଦୀର୍ଘ ୯ମାସ ହେବ ଭତ୍ତା ନପାଇ ବାରମ୍ବାର ପଂଚାୟତକୁ ଦୌଡ଼ୁଥିବା ବେଳେ ବି କିଛି ସୁଫଳ ମିଳିଲାନି। ଗତକାଲି ରଘୁନାଥଙ୍କୁ ସାଥିରେ ଧରି ଭିନ୍ନକ୍ଷମ ପୁଅ ରତ୍ନାକର ବାସୁଦେବପୁର ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲେ। ବ୍ଲକରେ ପହଂଚିବା ପରେ ରଘୁନାଥ କାନ୍ଦି ପକାଇଥିଲେ। ଘରେ କିଛି ଖାଇବାକୁ ନାହିଁ ଭତ୍ତା ଦିଅ ବୋଲି କାନ୍ଦି କାନ୍ଦି ଗୁହାରୀ କରିଥିଲେ। ୯ ମାସ ହେବ ଭତ୍ତା କାହିଁକି ଦିଆଯାଇନଥିଲା ତାହାକୁ ନେଇ ନାନା ପ୍ରସ୍ନ ଉଠିଛି। ବୋଲି ପ୍ରଶ୍ନ ଉଠିଥିଲା। ଏବିଡିଓଙ୍କ ହସ୍ତକ୍ଷେପ ପରେ ଘଟଣାର ତୁରନ୍ତ ସମାଧାନ କରାଯିବା ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଆଉ ଜଣେ ବୃଦ୍ଧା ମଧ୍ୟ ୩ ମାସ ହେବ ଭତ୍ତା ନପାଇ ବ୍ଲକରେ ପହଂଚି କାକୁତି ମିନତୀ ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା।

Watch Video:-