ଛତ୍ରପୁର ୨୩।୧୦ : ବାତ୍ୟା ନାଁ ଶୁଣି ଛାନିଆ ହେଲେଣି ଲୋକେ। ବିଶେଷ କରି ଗଞ୍ଜାମ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ରହୁଥିବା ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଗାଁ ମୁହାଁ ହେଉଥିବା ବେଳେ ଧିରେ ଧିରେ କୂଳ ଖାଇବାରେ ଲାଗିଛି। ଅନେକ ଘର ସମୁଦ୍ର ଗର୍ଭରେ ଲୀନ ହୋଇ ସାରିଛି।

ସେହିପରି ବାତ୍ୟା ପ୍ରଭାବରେ ସମୁଦ୍ର ଆହୁରି ଅଶାନ୍ତ ହେବ। ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ। ଯାହାକୁ ନେଇ ଆର୍ଯ୍ୟପଲ୍ଲୀ ବାସିନ୍ଦା ଭୟଭୀତ ହୋଇପଡ଼ିଛନ୍ତି। ସେହିପରି ବାତ୍ୟା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ତେଣୁ ଏହି ସମୟରେ କିଭଳି ଗୁଜୁରାଣ ମେଣ୍ଟାଇବେ ମତ୍ସ୍ୟଜୀବୀ ପରିବାର ସେନେଇ ଚିନ୍ତାରେ ପଡ଼ିଛନ୍ତି।

Also Read:-ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ୨୬ ତାରିଖରେ ବାତ୍ୟା !

ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ସକାଳେ ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆସନ୍ତାକାଲି ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତର ରୂପ ନେବ। ୨୬ ଅକ୍ଟୋବର ସକାଳ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨ ଦିନ ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ।ଯାହାକୁ ନେଇ ବାତ୍ୟ ଭୟ ବଢିବାରେ ଲାଗିଛି। ଆଇଏମଡି ପୂର୍ବାନୁମାନ ଅନୁସାରେ ଏହା ଭୀଷଣ ବାତ୍ୟା ନୁହେଁ ସାଧାରଣ ବାତ୍ୟା ଆକାରରେ ସ୍ଥଳଭାଗ ଛୁଇଁବ।

Watch Video:-