ଉଦଳା ୧୪।୦୭ : ମହଙ୍ଗା ପଡ଼ିଲା ଚେକ୍ ବାଉନ୍ସ ମାମଲା । ଏହି ମାମଲାରେ ଶୁଣାଣି କରି ଉଦଳା ଏସଡିଜେଏମ୍ କୋର୍ଟ କଠୋର ଦଣ୍ଡ ଶୁଣାଇଛନ୍ତି । ଉଦଳା ବ୍ଲକ ଚେୟାରମ୍ୟାନଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଉଦଳା ବ୍ଲକ ଚେୟାରମ୍ୟାନ୍ କିଛି ଟଙ୍କା ଉଦ୍ଧାର ନେଇଥିଲେ । ଏହି ବାବଦରେ ଦେଇଥିବା ଚେକ୍ ବାଉନ୍ସ ହୋଇଥିଲା । ପରେ ମାମଲାଟି ଉଦଳା ଏସଡିଜେଏମ୍ କୋର୍ଟକୁ ଯାଇଥିଲା । କୋର୍ଟରେ ମାମଲାର ଶୁଣାଣି କରି ରାୟ ପ୍ରକାଶ ପାଇଛି । ଉଦଳା ବ୍ଲକ ଚେୟାରମ୍ୟାନଙ୍କୁ ୬ ମାସ ଜେଲ ଦଣ୍ଡାଦେଶ। ଏହାସହିତ ଦେଢ଼ ଲକ୍ଷ ଟଙ୍କା ଜୋରିମାନା ସାଙ୍ଗକୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି। ଜୋରିମାନା ଅନାଦେୟ ବାବଦକୁ ଆଉ ୩ ମାସ ଅଧିକ ଜେଲ ଦଣ୍ଡାଦେଶ ଭୋଗିବେ। ଉଦଳା ବ୍ଲକ ଚେୟାରମ୍ୟାନ ମଞ୍ଜୁଲତା ବିଶ୍ବାଳଙ୍କ ବିରୋଧରେ ପ୍ରକାଶ ପାଇଛି ଏହି ରାୟ।

Also Read:-Textbook Error: ପାଠ୍ୟପୁସ୍ତକ ତ୍ରୁଟିର ଫିଟିବ ଗୁମର, SCERT ପୂର୍ବତନ ନିର୍ଦ୍ଦେଶକଙ୍କୁ ଅଟକ ରଖି ପଚରାଉଚରା