ନୂଆଦିଲ୍ଲୀ ୧୦।୧୧; ତୁର୍କୀର ଏକ ଲୁହା ଏବଂ ଇସ୍ପାତ କାରଖାନାରେ ଏକ ବଡ଼ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ। ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନ୍ ଏକ ନିର୍ଦ୍ଧାରିତ କ୍ୟାବିନେଟ୍ ବୈଠକ ପରେ କହିଛନ୍ତି ଯେ ଇଜମିର୍ ପ୍ରଦେଶର ଆଲିଆଗାରେ ଥିବା HABAS କାରଖାନାରେ ଅଗ୍ନିକାଣ୍ଡରେ ୧୩ ଜଣ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର। ଏର୍ଡୋଗାନ୍ କହିଛନ୍ତି ଯେ ବିସ୍ଫୋରଣର ନ୍ୟାୟିକ ଏବଂ ପ୍ରଶାସନିକ ତଦନ୍ତ ଆରମ୍ଭ କରାଯାଇଛି। "ଏହି ଦୁଃଖଦ ଘଟଣାର କାରଣ ଏବଂ ପରିସ୍ଥିତି, କାହାର ଅବହେଳା ଜଡିତ ଏବଂ ଏଥିପାଇଁ କିଏ ଦାୟୀ ତାହାର ତଦନ୍ତ କରାଯିବ । ଏହି ଘଟଣାରେ ସମଗ୍ର ଦେଶ ଗଭୀର ଭାବରେ ମର୍ମାହତ।"

ପ୍ରଦେଶ ରାଜ୍ୟପାଳ ସୁଲେମାନ ଏଲବାନ କହିଛନ୍ତି ଯେ ଏକ ବଏଲର ବଦଳାଇବା ସମୟରେ ଏକ କ୍ରେନ୍ ଫର୍ଣ୍ଣେସ୍ରେ ପଡ଼ିଯାଇଥିଲା। ଯାହା ଫଳରେ ନିକଟସ୍ଥ ଏକ ଇସ୍ପାତ ମିଲରେ ବିସ୍ଫୋରଣ ଘଟିଥିଲା। ସେ କହିଛନ୍ତି ଯେ ବଏଲର ବଦଳାଇବା ଯୋଗୁଁ ଉତ୍ପାଦନ ବନ୍ଦ ହୋଇଯାଇଥିଲା । ତେଣୁ ସାଧାରଣ ୩୦୦ ଶ୍ରମିକଙ୍କ ବଦଳରେ କେବଳ ୨୦୦ ଶ୍ରମିକ ଉପସ୍ଥିତ ଥିଲେ। ପୂର୍ବରୁ, ପ୍ରସାରକ NTV ବିସ୍ଫୋରଣର ପରବର୍ତ୍ତୀ ସମୟର ଫଟୋ ଦେଖାଇଥିଲା। ଯେଉଁଥିରେ ପ୍ଲାଣ୍ଟ ଭିତରେ ବଡ଼ ବଡ଼ ନିଆଁ ଏବଂ ଧୂଆଁର ଉଠିଥିବା ଦେଖାଯାଇଥିଲା।

ଆହତଙ୍କ ଚିକିତ୍ସା ଜାରି ରହିଛି

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ବହୁତ ଶକ୍ତିଶାଳୀ ଥିଲା । ଭୂମି ଥରି ଉଠିଥିଲା । ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "ବିସ୍ଫୋରଣ ଏପରି ଅନୁଭବ ହେଲା ଯେପରି ଏହା ଏକ ଭୂମିକମ୍ପ।" ଗୃହମନ୍ତ୍ରୀ କହିଛନ୍ତି "ଆମର ଆହତ ସହକର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି। ରାଜ୍ୟପାଳଙ୍କ କାର୍ଯ୍ୟାଳୟ କହିଛି ଯେ ବିସ୍ଫୋରଣ ମଧ୍ୟାହ୍ନ ସମୟରେ ହୋଇଥିଲା। ତଦନ୍ତ ଆରମ୍ଭ ହୋଇଛି । ବିସ୍ଫୋରଣ ପରେ ପାଞ୍ଚ ଜଣଙ୍କୁ ଅଟକ ରଖାଯାଇଛି।