କଟକ: କଟକ ଜିଲ୍ଲାର ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ନୂଆ ମନ୍ଦିର ନିର୍ମାଣ ବେଳେ ଘଟିଛି ଅଘଟଣ । ମନ୍ଦିର ଉପରକୁ କ୍ରେନ୍ ସାହାଯ୍ୟରେ ବଡ଼ ବଡ଼ ପଥର ଉଠାଯାଉଥିବା ସମୟରେ ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଲା କ୍ରେନ୍ । ଏହା ଫଳରେ ନିକଟରେ ଥିବା ଗୋପୀନାଥ ମନ୍ଦିରର ଜଣେ ବୟସ୍କ ପୂଜକ ଓ ଜଣେ ବୃଦ୍ଧା ମହିଳା ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।

ଏହି ଅଘଟଣ ପରେ ନେମାଳ ପୀଠ ପରିସରରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି । ନିର୍ମାଣ କାର୍ଯ୍ୟ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ସମସ୍ତେ । ତେବେ କ୍ରେନ୍ କିପରି ଭାରସାମ୍ୟ ହରାଇ ଓଲଟିଲା ଏବଂ ଏଥିପାଇଁ କାହାର ଅବହେଳା ରହିଛି, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । କିନ୍ତୁ ଏହି ଅଘଟଣକୁ ସହଜରେ ଗ୍ରହଣ କରିପାରି ନାହାନ୍ତି କେହି।

Also Read- ଆଲୋକର ପର୍ବରେ ଏଠି ଛାଇଗଲା ଅନ୍ଧକାର... କେଉଁଠି ବୋମା ଫୁଟିଲା ତ ଆଉ କେଉଁଠି ଖଣ୍ଡା ବୁଲିଲା