ଦୁବାଇ: ଫ୍ଲାଏ ଦୁବାଇ ଉଡାଣ କାଳରେ ବିମାନ ଅପହରଣ ଉଦ୍ୟମ ଓ ଏଥି ପାଇଁ ଆକ୍ରମଣ ମାମଲାରେ ମିଳିତ ଆରବ ଏମିରେଟ୍ (ୟୁଏଇ) ଶନିବାର ଏକ ବଡ଼ ଖୁଲାସା କରିଛି। ଅଧିକାରୀମାନେ ପୁଷ୍ଟି କରିଛନ୍ତି ଯେ ବିମାନରେ ଓମାନର କୋ-ପାଇଲଟ ହମ୍ମାମ ଅଲ-ହମ୍ମାମୀ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ ମଛାରଙ୍କ ଉପରେ କକପିଟ୍ କ୍ରାସ କୁରାଢୀରେ ଆକ୍ରମଣ କରିଥିଲେ ଓ ଏହା ଏକ ଆତଙ୍କବାଦୀ ଆକ୍ରମଣ ଥିଲା। ୟୁଏଇ ଅଧିକାରୀମାନେ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଅଭିଯୁକ୍ତ ପାଇଲଟର ଉଦ୍ଦେଶ୍ୟ ଥିଲା ବିମାନକୁ ନିଜ ନିୟନ୍ତ୍ରଣକୁ ନେବା।

କକପିଟ୍ କୁ କେଉଁଠୁ ଆସିଲା କ୍ରାସ୍ କୁରାଢୀ?
ଏ କଥାକୁ ଏପରି ବୁଝା ଯାଇ ପାରେ ଯେ ଅନ୍ତର୍ଜାତୀୟ ଏଭିଏସନ ନିୟମ ଅନୁସାରେ ପ୍ରତ୍ୟେକ କମର୍ସିଆଲ ଏୟାରଲାଇନ କକପିଟ୍ ରେ ଜରୁରି କାଳୀନ ପରିସ୍ଥିତିରେ ଉପଯୋଗ ଲାଗି ଏକ କ୍ରାସ୍ କୁରଢୀ ରଖିବା ବାଧ୍ୟତାମୂଳକ। ପ୍ରାୟ ୨୫ ବର୍ଷ ପୂର୍ବେ ଆମେରିକାରେ ହୋଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣ ପରଠାରୁ ଏହାକୁ ମୁଖ୍ୟ କ୍ୟାବିନରୁ ହଟାଇ କକପିଟ୍ ଭିତରେ ସୁରକ୍ଷିତ ରଖା ଯାଉଛି।

୩୪୦୦ ଫୁଟ ଉଚ୍ଚରେ ହୋଇଥିଲା ଆକ୍ରମଣ
ଫ୍ଲାଏ ଦୁବାଇ ବିମାନରେ ବୁଧବାର ଯେତେବେଳେ ଏହି ଆକ୍ରମଣ ହେଲା ସେତେବେଳେ ବିମାନରେ ୨୪ ପିଲାଙ୍କ ସମେତ ୧୭୦ରୁ ଅଧିକ ଯାତ୍ରୀ ଥିଲେ। ଏହି ସମୟରେ ବୋଇଂ ୭୩୭ ବିମାନ ଆକାଶରେ ପାଖାପାଖି ୩,୪୦୦ ଫୁଟ ଉଚ୍ଚତାରେ ଉଡୁଥିଲା। ସେତେବେଳେ ସହ ପାଇଲଟ ହମ୍ମାମ ବିମାନକୁ ଖସାଇବାକୁ ଅଥବା ଅପହରଣ କରିବାକୁ ଉଦ୍ୟମ କରିଥିଲା। ଏଥିରେ କ୍ୟାପ୍ଟେମ ସ୍ମିତ ମଚ୍ଛର ଯେତେବେଳେ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ ସେ ଛୁରି ଓ କୁରାଢୀରେ ତାଙ୍କ ଉପରେ ଆକ୍ରମଣ କରିଥିଲା। ଫଳରେ ବିମାନ ପ୍ରତି ମିନିଟ୍ ୨୩୦୦୦ ଫୁଟ ବେଗରେ ତଳକୁ ଖସିବାରେ ଲାଗିଥିଲା। ଫଳରେ ବିମାନ ୧୫,୬୦୦ ଫୁଟ ଉଚ୍ଚତାକୁ ଆସି ଯାଇଥିଲା।

ଭାରତୀୟ ପାଇଲଟଙ୍କ ଦୁଃସାହସ ବଞ୍ଚାଇଲା ସମସ୍ତଙ୍କ ଜୀବନ
ତେବେ ଗୁରୁତର ଆହତ ଓ ରକ୍ତରେ ଜୁଡୁବୁଡୁ ହୋଇ ମଧ୍ୟ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ ତଳେ ପଡି ମଧ୍ୟ ବିମାନର କକପିଟ୍ ଦ୍ୱାର ଖୋଲି ଦେଇଥିଲେ। ଏହା ପରେ ବିମାନର ଯାତ୍ରୀ ଓ କ୍ରୁ ମାନେ କକପିଟ୍ କୁ ପଶି ଆକ୍ରମଣକାରୀ କୋ-ପାଇଲଟକୁ କାବୁ କରିଥିଲେ ଓ ବିମାନକୁ ଜରୁରି ଅବତରଣ କରାଇଥିଲେ।