ଭୁବନେଶ୍ବର ୩।୧୦: ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ମାମଲା । ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ । ପୀଡ଼ିତାଙ୍କ ଘରେ ପଶିବାର ଭିଡିଓରେ ଥିବା ବ୍ୟକ୍ତି ଏବଂ ଦୁଇ ଦିନ ତଳେ ଯୁବତୀଙ୍କ ଘର ପାଖରେ ଘୁରି ବୁଲୁଥିବା ବ୍ୟକ୍ତି ଜଣକ ସମାନ । ଘଟଣାର ଦିନକ ପୂର୍ବରୁ ବହୁ ବାର ଯୁବକ ଜଣକ ଯୁବତୀଙ୍କ ଉପରେ ନଜର ରଖୁଥିଲା । ବ୍ୟକ୍ତି ଜଣଙ୍କ ଯୁବତୀଙ୍କୁ ଭଲ ଭାବରେ ଚିହ୍ନିଥିବା ବେଳେ, କାଳେ ପରିଚୟ ଜଣା ପଡ଼ିଯିବ ସେଥିପାଇଁ ମୁହଁରେ ଗାମୁଛା ବାନ୍ଧିଥିଲା । ଘଟଣା ପରେ ପାଖରେ ଥିବା ସପିଂ ମଲ୍ ପାଖରୁ ଫେରାର ହୋଇଯାଇଥିଲା । ସପିଂ ମଲ୍‌ର ସିସିଟିଭିରୁ ଯୁବକର ଚଳପ୍ରଚଳ ଭିଜୁଆଲ୍ କଏଦ ହୋଇଛି । ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ରେଡ୍ ମାରୁଛି ।

ସେପଟେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଭୁବନେଶ୍ବର DCPଙ୍କୁ ରିପୋର୍ଟ ତଲବ କରିଛନ୍ତି ମହିଳା କମିଶନ । ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପୂରା ଘଟଣା ଥିଲା ଏମିତି

ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି। ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ହେବ। ବଡ ଭଉଣୀ ଯାଇଥିଲେ କୌଣସି କାମରେ ବାହାରକୁ। ସାନ ଭଉଣୀ ବେଡ ରୁମରେ ବସି ଲ୍ୟାପଟପରେ କିଛି କରୁଥିଲେ। ହଠାତ୍ ମାସ୍କପିନ୍ଧା ଜଣେ ଯୁବକ ମେନ୍ ଗେଟ୍ ଖୋଲି, ବେଡ ରୁମକୁ ଯିବା ପୂର୍ବରୁ ଅନ୍ୟ ୨ଟି କବାଟ ଖୋଲି ପହଞ୍ଚିଥିଲେ ଯୁବତୀ ଥିବା ରୁମରେ। ଆଉ ସାଙ୍ଗରେ ଥିଲା ବନ୍ଧୁକ। ତାପରେ ଯୁବତୀଙ୍କ ସହ ଯାହା ହେଲା ତାହା କହି ହେବନାହିଁ। ୧୫ ମିନିଟ୍ ଧରି ତାଙ୍କୁ ଅସଦାଚରଣ କରାଯାଇଥିଲା। ପାଖାପାଖି ୨୦ ମିନିଟ୍ ପରେ ଉକ୍ତ ଯୁବକଟି ସେଠାରୁ ଚାଲିଯାଇଥିଲେ। ବଡ ଭଉଣୀ ଘରେ ପହଞ୍ଚିବାପରେ ସାନ ଭଉଣୀର ଏ ଅବସ୍ଥା ଦେଖି ସେ ତୁରନ୍ତ ନୟାପଲ୍ଲୀ ଥାନାରେ କରିଥିଲେ ଅଭିଯୋଗ। ତେବେ ଉକ୍ତ ଯୁବକ ଜଣକ ତାଙ୍କର କୌଣସି ପରିଚିତ ନଥିଲେ କି ତାଙ୍କର ବୟଫ୍ରେଣ୍ଡ ନଥିଲେ। ସେ ଥିଲେ ଜଣେ ଅଚିହ୍ନା ଯୁବକ।

Also Read:- ବଡ଼ବିଲରେ ଚାଞ୍ଚଲ୍ୟ; ପତ୍ନୀଙ୍କୁ ଆକ୍ରମଣ ପରେ ପହଞ୍ଚିଲେ ଭାଇ, ଯୁକ୍ତିତର୍କରୁ ଭିଣୋଇଙ୍କ ମୃତ୍ୟୁ

ବୁଧବାର ରାତି ପ୍ରାୟ ୮ଟାରେ ଖବର ମିଳିବା ପରେ ପୋଲିସ ଆରମ୍ଭ କରିଦେଇଥିଲା ତଦନ୍ତ। ରାତିସାରା ଡିସିପିଙ୍କ ଠାରୁ ଆରମ୍ଭ କରି ଏସିପି, ଆଇଆଇସି ଏବଂ ଅନ୍ୟ ଅଫିସର ମାନେ ଲାଗିପଡିଥିଲେ ଅଭିଯୁକ୍ତକୁ ଖୋଜିବାରେ । ମାତ୍ର ଅଭିଯୁକ୍ତର କୌଣସି ପତ୍ତା ପାଇନଥିଲେ । ଗୁରୁବାର ସକାଳେ ଯୁବତୀଙ୍କ ସହ ହୋଇଥିବା ଅସଦାଚରଣ ଘରେ ପହଞ୍ଚିଥିଲା ସାଇଣ୍ଟିଫିକ୍ ଟିମ୍ ସହ ପୋଲିସର ଏକ ଟିମ୍ । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସେଠାରୁ ନମୁନା ସଂଗ୍ରହ କରିଥିବାବେଳେ ପୋଲିସର ଜଣେ ମହିଳା ଅଫିସର ଯାଇ ଯୁବତୀଙ୍କୁ ପଚରାଉଚରା କରିଛନ୍ତି । ତେବେ ଯାହା ସୂଚନା ମିଳିଛୁ ଅଭିଯୁକ୍ତ ଜଣକ ଉକ୍ତ ଘର ଉପରେ ବୋଧ ହୁଏ ନଜର ରଖିଥାଏ । ଭଉଣୀ କେତେବେଳେ ଯାଉଛନ୍ତି, ଆସୁଛନ୍ତି । ସମସ୍ତ ଖବର ସେ ରଖିବା ସହ ଉକ୍ତ ଯୁବତୀ ଜଣକ କେତେବେଳେ ଏକୁଟିଆ ରହୁଛନ୍ତି । ସେ ସବୁ ଉପରେ ନଜର ରଖିବା ପରେ ଏଭଳି ଲୋମଟାଙ୍କୁରା କାଣ୍ଡ ଘଟାଇଛି ।

Watch Video: