ନୂଆଦିଲ୍ଲୀ, ୦୩/୧୦ :ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏସିଆନ୍ ଗେମ୍ସ କ୍ରିକେଟ୍ ଫାଇନାଲରେ ଦମଦାର ବ୍ୟାଟିଂ କରିଛି ଭାରତ । ଅଭିଷେକ ଶର୍ମା ଓ ତିଲକ ବର୍ମାଙ୍କ ବିସ୍ଫୋରକ ଇନିଂସ ବଳରେ ଦଳ ୨୧୧ ରନ୍ କରିଛି । ବ୍ୟାଟିଂ ବିପର୍ଯ୍ୟର ଶିକାର ହୋଇଥିଲେ ବି ଦଳ ଏକ ମଜବୁତ ସ୍କୋର ଛିଡା କରିଛି । ଏହାସହ ପାକିସ୍ତାନକୁ ୨୧୨ ରନର ଟାର୍ଗେଟ୍ ଦେଇଛି । 

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଓପନିଂ କରିବାକୁ ଆସି ବିସ୍ଫୋରକ ସଟ୍ ମାରିବା ଆରମ୍ଭ କରିଥିଲେ ଅଭିଷେକ ଏବଂ ବୈଭବ ସୂର୍ୟ୍ୟବଂଶୀ । ତେବେ ବୈଭବ ଶୀଘ୍ର ଆଉଟ୍ ହୋଇଥିଲେ । କିନ୍ତୁ ଅଭିଷେକଙ୍କ ବ୍ୟାଟ୍ ଚୁପ୍ ରହିନଥିଲା । ସେ ଛକା ଚଉକା ବର୍ଷା କରିଥିଲେ । ସେ ୨୮ ବଲରୁ ୬୧ ରନ୍ କରିଥିଲେ । ଏହି ଇନିଂସରେ ୩ଚଉକା ଏବଂ ୭ଛକା ସାମିଲ ଥିଲା ।

Also Read :- ଷଣ୍ଢ ସହ ପିଟି ହେଲା ବାଇକ, ଚାଲିଗଲା ଅନ୍ତର୍ଜାତୀୟ ପର୍ବତାରୋହୀଙ୍କ ଜୀବନ

ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସାମସନ୍ ନିରାଶ କରିଥିଲେ । ସେ ମାତ୍ର ୨ ରନ୍ କରିଥିଲେ । ସେହିପରି ଶ୍ରେୟସ ଆୟର ଧିମା ପାଳି ଖେଳି୨୧ରନ୍ କରିଥିଲେ । ଇଶାନ କିଷାନ ୨୦ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶେଷ ଆଡ଼କୁ ତିଲକ ବର୍ମା ୫୧ ଏବଂ ଶିବମ ଦୁବେ ୨୭ ସ୍କୋର କରିଥିଲେ । 

ପାକିସ୍ତାନ ପକ୍ଷରୁ ଅବରାର ଅହମ୍ମଦ,ଏସ ଆୟୁବ ଗୋଟିଏ ଲେଖାଏଁ ଏବଂ ଅହମ୍ମଦ ଦାନିଏଲଅରାଫତ ମିନାହାସ ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ ।