କୋଣାର୍କ ୦୭।୦୯ : ପୁରୀ ଜିଲ୍ଲା ଗୋପ ଅଞ୍ଚଳ ସ୍ଥିତ ଏକ ହୋଟେଲରେ ଅଭାବନୀୟ ଘଟଣା । ଦୁଇ ଯୁବତୀଙ୍କ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଉଥିବା ବେଳେ କାର୍ ଡ୍ରାଇଭର ଓ ଅନ୍ୟ ଦୁଇ ଯୁବକଙ୍କୁ ପୋଲିସ ଅଟକ ରଖିଛି।

ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ୧୧ଟା ସମୟରେ ଏକ କାରରେ ଦୁଇ ଯୁବତୀ, ଦୁଇ ଯୁବକ ଓ ଜଣେ ଡ୍ରାଇଭର ହୋଟେଲକୁ ଆସି ଖାଇବା ଅର୍ଡର୍ ଦେଇଥିଲେ। ଯୁବତୀ ଦୁଇଜଣ ୱାଶରୁମ୍ ଯାଇଥିବା ବେଳେ ଡ୍ରାଇଭର ଜଣକ ସେମାନଙ୍କ ଖାଦ୍ୟରେ ପାଉଡର ଜାତୀୟ ନିଶାଦ୍ରବ୍ୟ ମିଶାଉଥିବାର ହୋଟେଲ କର୍ମଚାରୀ ଦେଖିବାକୁ ପାଇଥିଲେ। ହୋଟେଲ ମାଲିକ ସତ୍ୟଜିତ ପରମାଣିକଙ୍କ ଖବର ପାଇ ଗୋପ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ସେହି ଖାଦ୍ୟ ଖାଇବାରୁ ବାରଣ କରିଥିଲା।

Also Read:-ନିଶା ମହାରଣାଙ୍କୁ ଚେୟାର ମାଡ଼, ଦୁଷ୍କର୍ମ ସିନ୍ ବେଳେ ଷ୍ଟେଜକୁ ଫିଙ୍ଗିଲେ ଦର୍ଶକ

ସେପଟେ ପୋଲିସ ସିସିଟିଭି ଯାଞ୍ଚ ପାଇଁ କହିବା ମାତ୍ରେ ଡ୍ରାଇଭର ଗାଡ଼ି ନେଇ ଫେରାର ହେବାକୁ ଚେଷ୍ଟା କରିଥିଲା, ମାତ୍ର ଗୋପ ବସ୍ତି ନିକଟରେ କାର୍ ଟି ଗଛରେ ପିଟି ହୋଇଯିବାରୁ ପୋଲିସ ତାକୁ କାବୁ କରିଥିଲା। ଉଦ୍ଧାର ଯୁବତୀ ଦୁଇଜଣ ଭୁବନେଶ୍ୱରରେ କାର୍ଯ୍ୟରତ। ସେମାନେ ଦୁଇ ଯୁବକଙ୍କ ସହ କୋଣାର୍କ ବୁଲି ଫେରୁଥିଲେ। କେଉଁ ଉଦ୍ଦେଶ୍ୟରେ ନିଶାଦ୍ରବ୍ୟ ମିଶାଯାଉଥିଲା, ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।

Watch Video:-