ସମ୍ବଲପୁର ୧।୭: ବୁର୍ଲା ଭୀମସାରର ୨ କର୍ମଚାରୀ ଗିରଫ । ଦୁଇ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟିୱାର୍ଡ ଅଶ୍ବିନୀ ମେହେର ଓ ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳ ଗିରଫ । ଏଷ୍ଟାବ୍ଲିସମେଣ୍ଟ ଅଫିସର ଓ ଷ୍ଟିୱାର୍ଡଙ୍କ ଘରେ ଗତକାଲି ଭିଜିଲାନ୍ସ ରେଡ୍ କରିଥିଲା ।

Also Read:- ବାଣପୁରରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିପିଟି ମାରିଦେବା ଘଟଣା : ୩ ଜଣଙ୍କୁ ଗିରଫ କଲା ପୋଲିସ

ଭୀମସାର ବୁର୍ଲାର ଦୁଇ ଜଣ ଅଧିକାରୀଙ୍କୁ ଭିଜିଲାନ୍ସ ଧରିବା ପରେ ମଙ୍ଗଳବାର ରାତିରେ ଘରେ ରେଡ୍ କରିଥିଲା । ବୁଧବାର ସକାଳେ ରେଡ୍ ସରିଥିଲା । ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ବାଳଙ୍କ ନିକଟରୁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୩ କୋଟି ୪୬ ଲକ୍ଷ ଠାବ ହୋଇଛି l ସେ ତାଙ୍କ ଦରମାର ୨୩୪ ପ୍ରତିଶତ ଅଧିକ ସମ୍ପତ୍ତି ଅର୍ଜନ କରିଛନ୍ତି l ସେହପରି ଷ୍ଟିୱାର୍ଡ ଅଶ୍ବିନୀ ମେହେରଙ୍କ ସମ୍ପତ୍ତି ୧ କୋଟି ୪୯ ଲକ୍ଷ l ଯାହା ଦରମାର ୧୦୪ ପ୍ରତିଶତ ଅଧିକ l ଧନୁର୍ଦ୍ଧରଙ୍କ ଠାରୁ ୧୯ ଲକ୍ଷ ୮୦ ହଜାର ନଗଦ ଟଙ୍କା ଜବତ ହୋଇଛି l ଏହାସହ ୩୨ଟି ପ୍ଲଟ୍ ଠାବ ହୋଇଛି l ତାଙ୍କର ଦୁଇଟି ଫାର୍ମ ହାଉସ ରହିଛି l ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଭିଜିଲାନ୍ସ ଏସ୍‌ପି ପ୍ରଦ୍ୟୁମ୍ନ ଦ୍ବିବେଦୀ କହିଛନ୍ତି ।