ପୁରୀ ୧୯।୭: ପୁଣି ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡ଼ି ଗଲେ ଦୁଇ ଜଣ ପର୍ଯ୍ୟଟକ । ପୁରୀ ହୋଟେଲ ସମ୍ମୁଖ ସମୁଦ୍ର କୂଳ ସେକ୍ଟର-୩ରେ ଘଟିଛି ଏଭଳି ଅଘଟଣ ।

Also Read:- ଭକ୍ତଙ୍କ ଭାବନା ସହ ଖେଳ ! ଜଗନ୍ନାଥ ଦର୍ଶନ ସେବା ନାଁରେ ନକଲି ବିଜ୍ଞାପନ ଭାଇରାଲ୍

ପର୍ଯ୍ୟଟକ ବୁଡ଼ି ଯାଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଲାଇଫଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଉଦ୍ଧାର ଦୁଇ ପର୍ଯ୍ୟଟକ ଝାଡଖଣ୍ଡର ଅମନ୍ କୁମାର ଏବଂ ବିହାରର ରବି କୁମାର । ଦୁଇ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା ଯୋଗାଇଥିଲେ ଲାଇଫ୍ ଗାର୍ଡ ।