କଟକ ୨୯।୧୧: କଟକ ମହାନଗର ନିଗମ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରବିବାର କଟକ ବାଲିଯାତ୍ରା ପଡିଆରେ ବିଭିନ୍ନ ଖାଦ୍ୟ ଷ୍ଟଲ ଗୁଡିକରେ ଖାଦ୍ୟର ମାନ ଯାଞ୍ଚ କରାଯାଇଛି । ରବିବାର ସକାଳୁ ସ୍ଵତନ୍ତ୍ର ଟିମ୍ ବିଭିନ୍ନ ଖାଦ୍ୟ ଷ୍ଟଲ ଯାଞ୍ଚ କରିବା ସମୟରେ ଅନେକ ଷ୍ଟଲରେ ବାସି ଖାଦ୍ୟ ମହଜୁଦ ଥିବା ଦେଖିବାକୁ ମିଳିଥିଲା । ବାସି ରୁଟି, ଗତକାଲିର ତରକାରୀ, ଏକ୍ସପାୟାରୀ ତାରିଖ ନଥିବା ବନ୍, ପାଉଁରୁଟି ସହ ପୋଡା ଖାବା ତେଲ ଆଦି ଜବତ କରିବା ସହ ସେଗୁଡିକର ନମୁନା ଯାଞ୍ଚ ମଧ୍ୟ କରାଯାଇଛି ।

​​​​​​​

Also Read:- ପଞ୍ଚାୟତରୁ ବୁଥ୍ ଯାଏଁ ପହଞ୍ଚିବ ବିଜେପି, ସରକାରୀ ଯୋଜନାର ହେବ ସମୀକ୍ଷା

ଦୁଇଟି ଷ୍ଟଲରୁ ଅଧିକ ପରିମାଣର ବାସି ଖାଦ୍ୟ ମିଳିବାରୁ ସେହି ଖାଦ୍ୟ ଷ୍ଟଲ ଗୁଡିକୁ ଆଜି ପାଇଁ ବନ୍ଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଗତକାଲିର ଭିଡ ଯୋଗୁଁ ଅଧିକାଂଶ ଷ୍ଟଲ୍‌ରେ ଅଧିକ ପରିମାଣର ଖାଦ୍ୟ ତିଆରି ହୋଇଥିଲା । ସେଥିରୁ ବଳି ପଡିଥିବା କିଛି ଖାଦ୍ୟକୁ ଷ୍ଟଲ ମାଲିକ ନଷ୍ଟ କରିଦେବା କଥା । ମାତ୍ର ଷ୍ଟଲ ମାଲିକ ସେଗୁଡିକୁ ନଷ୍ଟ କରିନଥିବାରୁ କେ ଏମ୍ ସି ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଛି ।