ଭୁବନେଶ୍ବର ୨୯।୧୧: ଗାଁରେ ୨୫ ଦିନ କାଟିବେ ବିଜେପି ନେତା । ଡିସେମ୍ବର ପହିଲାରୁ ହେବ ବିଜେପିର ସେବାଦୂତ କାର୍ଯ୍ୟକ୍ରମ । ଡିସେମ୍ବର ୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବିଜେପି ପାଳନ କରିବାକୁ ଯାଉଛି ସେବାଦୂତ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ୨୫ ବର୍ଷର ନିରନ୍ତର ପ୍ରଶାସନିକ କାର୍ଯ୍ୟକ୍ରମକୁ ଆଧାର କରି କେନ୍ଦ୍ରୀୟ ବିଜେପି ପକ୍ଷରୁ ସମଗ୍ର ଦେଶରେ ଏହି କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ପରିପ୍ରେକ୍ଷୀରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ ଅନ୍ୟ ନିର୍ବାଚନ ମଣ୍ଡଳୀରେ ୨୫ ଦିନ ନିରନ୍ତର ରହି ଲୋକମାନଙ୍କ ସେବା କରିବେ, ସେମାନଙ୍କ ସମସ୍ୟା ସମାଧାନ କରିବା ସହିତ କେନ୍ଦ୍ର ରାଜ୍ୟ ଯୋଜନା ପହଞ୍ଚୁଛି କି ନାହିଁ ତାହା ତଦାରଖ କରିବେ ।

ବିଜେପି ପ୍ରତି ମାସରେ ନିୟମିତ ଭାବେ ରାଜ୍ୟର ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ମାନଙ୍କର ବୈଠକ କରିଥାଏ । ଆଜିର ବୈଠକରେ ଗତ ମାସର ବିଭିନ୍ନ କାର୍ଯ୍ଯକ୍ରମ, ଯୋଜନାର ସମୀକ୍ଷା ଏବଂ ଆଗାମୀ ଯୋଜନାର ପ୍ରସ୍ତୁତିକୁ ନେଇ ଆଲୋଚନା କରାଗଲା ଏବଂ ଆସନ୍ତା ୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେବାଦୂତ ଅଭିଯାନ । ପାର୍ଟିର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ବିଧାନସଭା କ୍ଷେତ୍ରରେ ନିର୍ଦ୍ଧାରିତ କାର୍ଯ୍ଯକ୍ରମ କରିବେ । ପଞ୍ଚାୟତ ଏବଂ ବୁଥ୍ ସ୍ତର ଗସ୍ତ କରି ରାଜନୈତିକ ପରିସ୍ଥିତି ଠାରୁ ଆରମ୍ଭ କରି ଦିଆଯାଇଥିବା କାର୍ଯ୍ଯକ୍ରମ ଏବଂ ପ୍ରତିଦିନ ସେବା କାର୍ଯ୍ୟ କରିବେ । ଏହି କର୍ଯ୍ୟକ୍ରମର ବିସ୍ତୃତ ପାଇଁ ଆଜି ଏକ କର୍ମଶାଳା ଅନୁଷ୍ଠିତ ହେଉଛି । ସେବାଦୂତ ଭାବରେ ଯେଉଁମାନେ ଯିବେ ସେମାନଙ୍କ ନାଁ ଘୋଷଣା ହେବ । ସେମାନେ ୨୫ ଦିନ ପୂର୍ଣ୍ଣ ସମୟ ଦେଇ ଦଳର କାମକୁ ତଳ ସ୍ତରରେ ପହଞ୍ଚିବା, ଅଞ୍ଚଳର ସମସ୍ୟା ସହ ଲୋକଙ୍କୁ ଯୋଡ଼ିବା ପାଇଁ କାମ କରିବେ । ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ଯକ୍ରମରେ ରହିବେ । ମନ୍ତ୍ରୀ, ବିଧାୟକ ମାନେ ମଧ୍ୟ ପାର୍ଟିର କାର୍ଯ୍ୟକର୍ତ୍ତା ।

Also Read:-ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ? ନନ୍ଦନକାନନରେ ପହଞ୍ଚିଲେ ବିଶେଷଜ୍ଞଙ୍କ ଟିମ୍

ଜିଲ୍ଲା ସଭାପତି ମାନେ ସେହି ଜିଲ୍ଲାରେ ରହିବେ । ପ୍ରଭାରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ କାର୍ଯ୍ୟକର୍ତ୍ତା ୧୪୭ ବିଧାନସଭାରେ ୨ ଜଣ ଲେଖାଏଁ ଅବଶ୍ୟକ ପଡ଼ିଲେ ୩ ଜଣ ରହି ଅଭିଯାନର ଲକ୍ଷ୍ୟ ପୂରଣ କରିବେ । ବିଜେପି ନିର୍ବାଚନକୁ ଦେଖିକି କାମ କରେ ନାହିଁ । ନିର୍ବାଚନ ପରଦିନ ମଧ୍ଯ କାମ କରିଥାଏ । ସରକାରଙ୍କ ସଫଳତାକୁ ଗାଁରେ ଘରେ କେମିତି ପହଞ୍ଚିବା ତାହା ଦେଖିବୁ ଏବଂ ତାର ସମୀକ୍ଷା କରିବୁ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ ।