ବମ୍ବେ-; ପୁଣି ବଲିଉଡରେ ଜନ୍ମ ନେଲେ ରାଜେଶ ଖାନ୍ନା l ସେହି ସମାନ ଲୁକସ ,ସମାନ ଢଙ୍ଗର ପୋଷାକରେ ଫୋଟ ସୁଟ କରି ଚର୍ଚ୍ଚାରେ ଅଭିନେତା ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନ୍ନାଙ୍କ ପୁଅ ଆରବ ଭାଟିଆ l ରାଜସ୍ଥାନର ଜୟପୁରରେ ଆୟୋଜିତ ଏକ ଉତ୍ସବରେ ଆରବଙ୍କ ଷ୍ଟାଇଲିସ୍ ଅନ୍ଦାଜ୍ ଦେଖି ପ୍ରଶଂସକମାନେ ତାଙ୍କୁ ତାଙ୍କ ନାନା ତଥା ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ସହ ତୁଳନା କରୁଛନ୍ତି।

କଳା ଭେଲଭେଟ୍ ଜ୍ୟାକେଟ୍ରେ ରାଜକୀୟ ଅନ୍ଦାଜ୍ l ଏହି ଅବସରରେ ଆରବ ପ୍ରସିଦ୍ଧ ଡିଜାଇନର୍ ରୋହିତ ବଲ୍ଙ୍କ ଡିଜାଇନ୍ର ଏକ କଳା ଭେଲଭେଟ୍ ବନ୍ଧଗଳା ଜ୍ୟାକେଟ୍ ପିନ୍ଧିଥିଲେ। ଏହି ଜ୍ୟାକେଟ୍ର ଉଚ୍ଚ କଲାର୍, ଆକର୍ଷଣୀୟ କାନ୍ଧର ଡିଜାଇନ୍ ଏବଂ ତୋତା ପକ୍ଷୀର ସୂକ୍ଷ୍ମ କାରୁକାର୍ଯ୍ୟ ତାଙ୍କ ଲୁକ୍କୁ ଏକ ଭିନ୍ନ ରାଜକୀୟ ଆଭା ଦେଇଥିଲା। ଧଳା ସାର୍ଟ ଓ ମେଳ ଖାଉଥିବା ଟ୍ରାଉଜର୍ ସହ ଏହି ପୋଷାକକୁ ସେ ପିନ୍ଧିଥିଲେ। ହାଲୁକା ଦାଢ଼ି ଓ ନିଶ, ନୀଳ ଆଖି ଏବଂ ଆକର୍ଷଣୀୟ ହେୟାର୍ ଷ୍ଟାଇଲ୍ ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ଆକର୍ଷଣୀୟ କରିଥିଲା। ତାଙ୍କ ଏହି ଲୁକ୍ ଦେଖି କେତେକ ପ୍ରଶଂସକ ତାଙ୍କୁ 'ଡିଜ୍ନି ପ୍ରିନ୍ସ' ବୋଲି ମଧ୍ୟ କହିଛନ୍ତି।

ଆରବଙ୍କ ଚେହେରା, ନିଶ ଓ କେଶ ସଜ୍ଜାରେ ତାଙ୍କ ନାନା ରାଜେଶ ଖାନ୍ନାଙ୍କ ଝଲକ ଦେଖିବାକୁ ମିଳୁଥିବା ମତ ଦେଇଛନ୍ତି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ। କେହି ତାଙ୍କୁ ଯୁବାବସ୍ଥାର ରାଜେଶ ଖାନ୍ନାଙ୍କ ସହ ତୁଳନା କରିଥିବା ବେଳେ ଆଉ କେହି 'ରାଜେଶ ଖାନ୍ନା ପୁଣି ଫେରିଆସିଛନ୍ତି' ବୋଲି ମନ୍ତବ୍ୟ ଦେଇଛନ୍ତି। ରାଜେଶ ଖାନ୍ନାଙ୍କ ଆକର୍ଷଣୀୟ ହସ, ଷ୍ଟାଇଲ୍ ଓ ଅଭିନୟର ଯାଦୁ ଆଜି ମଧ୍ୟ ସିନେପ୍ରେମୀଙ୍କ ମନରେ ରହିଛି। ତେଣୁ ଆରବଙ୍କ ନୂଆ ଅବତାରରେ ତାଙ୍କ ଝଲକ ଦେଖି ପ୍ରଶଂସକମାନେ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି।

also read-; ବିଲ୍‌ ପୂରା ଅଧ୍ୟୟନ ପରେ ନିଷ୍ପତ୍ତି ନେବ ବିଜେଡି, ରାଜ୍ୟ ସ୍ୱାର୍ଥରେ ସାଲିସ୍‌ ନାହିଁ: ମାନସ ମଙ୍ଗରାଜ

କେବଳ ନାନା ରାଜେଶ ଖାନ୍ନା ନୁହନ୍ତି, କିଛି ପ୍ରଶଂସକ ଆରବଙ୍କୁ ତାଙ୍କ ବାପା ଅକ୍ଷୟ କୁମାରଙ୍କ ଯୁବାବସ୍ଥାର ଚେହେରା ସହ ମଧ୍ୟ ତୁଳନା କରିଛନ୍ତି। ଜଣେ ବ୍ୟବହାରକାରୀ ଆରବଙ୍କ ଲୁକ୍କୁ 'ଅକ୍ଷୟ କୁମାର ଓ ରାଜେଶ ଖାନ୍ନାଙ୍କ ମିଶ୍ରଣ' ବୋଲି କହିଛନ୍ତି।ସାଧାରଣତଃ ଆରବ ଗଣମାଧ୍ୟମ ଓ ଚର୍ଚ୍ଚାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ତେଣୁ ତାଙ୍କର ଏହି ନୂଆ ଫଟୋଶୁଟ୍ ପ୍ରଶଂସକଙ୍କ ମଧ୍ୟରେ ଅଧିକ ଉତ୍ସାହ ସୃଷ୍ଟି କରିଛି।

ଆରବଙ୍କ ଫଟୋ ଦେଖି ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ନିଜକୁ ପ୍ରଶଂସା କରିବାରୁ ରୋକିପାରିନାହାନ୍ତି। ସେ ଫଟୋରେ 'OK, Obsessed' ବୋଲି ମନ୍ତବ୍ୟ ଦେଇଛନ୍ତି। ସେହିପରି ତାହିରା କଶ୍ୟପ ମଧ୍ୟ ଆରବଙ୍କ ଲୁକ୍କୁ 'Lovely' ବୋଲି କହି ପ୍ରଶଂସା କରିଛନ୍ତି। ଆରବଙ୍କ ଏହି ଷ୍ଟାଇଲିସ୍ ଅବତାର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।