ପାରାଦୀପ ୨୭।୮: ପାରାଦୀପରେ ପହଞ୍ଚିଲେ ମଝି ସମୁଦ୍ରରେ ନିଖୋଜ ଜାହାଜ ‘ଓସେନ୍ ୱିନର’ରୁ ଉଦ୍ଧାର ହୋଇଥିବା ଦୁଇ କ୍ରିଉ ସଦସ୍ୟ । କୋଷ୍ଟଗାର୍ଡ ଜାହାଜ "ଭରାଦ"ରେ ଦୁଇ କ୍ରିଉ ସଦସ୍ୟ ପାରାଦୀପ ଆସିଲେ । ଇମିଗ୍ରେସନ ବିଭାଗର ଯାଞ୍ଚ ପରେ ଜାହାଜ ଏଜେଣ୍ଟଙ୍କୁ ହସ୍ତାନ୍ତର ହେବେ ଏହି ଦୁଇ କ୍ରିଉ ସଦସ୍ୟ । ଉଭୟ ସଦସ୍ୟ ସୁସ୍ଥ ଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ,ପାରାଦୀପ ବନ୍ଦରରୁ ବାହାରି ଚୀନ୍ ଅଭିମୁଖେ ବାହାରିଥିଲା ପାନାମା ମାଲବାହୀଜାହାଜ‘ଓସେନ୍ ୱିନର୍’ । ବଙ୍ଗୋପସାଗରରେ ଓଡ଼ିଶାର ପାରାଦୀପ ଉପକୂଳ ଠାରୁ ପ୍ରାୟ ୨୪୦ ନଟିକାଲ ମାଇଲ ଦୂରରେ ଏହି ମାଲବାହୀ ଜାହାଜଟି ବୁଡ଼ି ଯାଇଥିଲା । ମଝି ସମୁଦ୍ରରେ ଜାହାଜ ନିଖୋଜ ପରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

ଓଡ଼ିଶା ଉପକୂଳରେ ଜାହାଜ‘ଓସେନ୍ ୱିନର’ବୁଡ଼ି ଯାଇଥିବା ବେଳେ ସମୁଦ୍ରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭାରତୀୟ ତଟରକ୍ଷୀ ବାହିନୀ ରେସ୍କ୍ୟୁ ଅପରେସନ୍ ଚଳାଇଛି । ଓଡ଼ିଶା ମେରାଇନ ପୋଲିସର ଏକ ଟିମ୍ ପାଟ୍ରୋଲିଂ ବୋଟ୍ ଯୋଗେ ସମୁଦ୍ରରେ ଜାହାହ ଖୋଜାରେ ନିୟୋଜିତ ଅଛନ୍ତି ।ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଚୀନ୍ ର ୨ଟି ଜାହାଜ ଓ ଭାରତୀୟ ନୈସେନାରର ଦୁଇଟି ଏୟାରକ୍ରାଫ୍ଟ ସହିତ କୋଷ୍ଟଗାର୍ଡର ଗୋଟିଏ ଜାହାଜ ।

Also Read:- ଡାକ୍ତରଖାନାରୁ ହତ୍ୟା ଅଭିଯୁକ୍ତ ଚମ୍ପଟ୍ ! ପରିସ୍ରା ଯିବା ବାହାନାରେ ଛୁ'... ସାଙ୍ଗରେ ସ୍ତ୍ରୀକୁ ନେଇକି ବି ଗଲା

ଜାହାଜରେ ମୋଟ୍ ୨୪ ଜଣ କ୍ରୁ’ ସଦସ୍ୟ ଥିଲେ, ଯେଉଁଥିରୁ ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ମିଳିତ ଉଦ୍ଧାର ଅଭିଯାନ ଚଳାଇ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି । ବାକି ୨୨ ଜଣ ଏବେ ବି ନିଖୋଜ ଅଛନ୍ତି । ଜାହାଜରେ ୨୦ ଜଣ ଚୀନ୍, ୩ ଜଣ ମିଆଁମାର୍ ଏବଂ ଜଣେ ବାଂଲାଦେଶୀ ନାଗରିକ ଥିଲେ ।

Watch Video: