ନୂଆଦିଲ୍ଲୀ, ୧୪।୧୧ : ଏନଭିଡିଆର ସିଇଓ ପଦରୁ ଜେନସେନ୍ ହୁଆଙ୍ଗଙ୍କ ଇସ୍ତଫା ପରେ ଏବେ କମ୍ପାନିର ସ୍ଥାୟୀ ସିଇଓ ସନ୍ଧାନ ଅଭିଯାନ ଜୋରଦାର ହୋଇଛି। ବିଶ୍ଵର ଏହି ଆଗଧାଡ଼ିର ଏଆଇ ଚିପ୍ ନିର୍ମାତା କମ୍ପାନିର କମାଣ କାହାକୁ ମିଳିବ ତାହା ଉପରେ ଚର୍ଚ୍ଚା । ଯଦିଓ କମ୍ପାନି ସିଏଫଓ କୋଲେଟ କ୍ରେସଙ୍କୁ ଅନ୍ତରୀଣ ସିଇଓ ପଦରେ ଅବସ୍ଥାପିତ କରିଛି, ସ୍ଥାୟୀ ସିଇଓ ସନ୍ଧାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଏହାମଧ୍ଯରେ ୩ ଜଣ ଭାରତୀୟ ବଂଶୋଦ୍ଭବ ଟେକ୍ ଲିଡର୍ସଙ୍କ ନାମ ଚର୍ଚ୍ଚାରେ ଅଛି। ଏମାନେ ହେଲେ ମାକ୍ରୋନ ସିଇଓ ସଞ୍ଜୟ ମଲହୋତ୍ରା, ପାଲୋ ଅଲଟୋ ନେଟୱର୍କସର ସିଇଓ ନିକେଶ ଆରୋରା ଏବଂ ଗୁଗୁଲ କ୍ଲାଉଡର ସିଇଓ ଥୋମାସ କୁରିଏନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ଏନଭିଡିଆର ସିଇଓ ଭାବେ ଆପଲର ପୂର୍ବ ମୁଖିଆ ଟିମ୍ କୁକଙ୍କୁ ନିଯୁକ୍ତି ଦିଆଯିବା ଉଚିତ। ଯଦିଓ କୁକ୍ ଏବେ ବି ଆପଲରେ ଅଛନ୍ତି ଏବଂ କାର୍ଯ୍ୟ ନିର୍ବାହୀ ଅଧ୍ଯକ୍ଷ ରହିଛନ୍ତି, ସେ ଆପଲ ଛାଡ଼ିବା ଆଶା କମ୍। 

Also Read :- କମିଗଲା ସୁନା ରେଟ୍ : ୪ ଦିନରେ ଶସ୍ତା ହେଲାଣି ଏତେ ଟଙ୍କା, ଆଗକୁ ଆହୁରି ଖସିବ !

ଏହି ଦୌଡ଼ରେ ନିକେଶ ଆରୋରାଙ୍କ ନାମ ଅଧିକ ଚର୍ଚ୍ଚାରେ ଅଛି। ଆରୋରାଙ୍କ ପାଖରେ ନିଷ୍ପତ୍ତି ନେବା, ଆକ୍ରାମକ ଭାବେ କାରବାର ବଢ଼ାଇବା ଏବଂ ପ୍ରଯୁକ୍ତି ଶିଳ୍ପରେ ଜରୁରୀ ସମ୍ପର୍କ ବନାଇବାର ଅନୁଭବ ରହିଛି। ସ୍ନାପଡିଲର ସହ-ପ୍ରତିଷ୍ଠାତା କୁନାଲ ବେହେଲ ବି ଏହି ରାୟକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ନିକେଶ ପାଲୋ ଅଲଟୋ ନେଟ୍ୱର୍କସକୁ ଯେପରି ଆଗକୁ ନେଇଛନ୍ତି, ଏହାଦ୍ଵାରା ତାଙ୍କୁ ଏନଭିଡିଆକୁ ବି ନୂଆ ଶିଖରରେ ପହଞ୍ଚାଇବାର କ୍ଷମତା ଦେଖାଯାଉଛି।

ଯେତେବେଳେ ଆରୋରା ପାଲୋ ଅଲ୍ଟୋ ନେଟ୍ୱର୍କସ ସହ ଯୋଡ଼ି ହୋଇଥିଲେ, ସେତେବେଳେ କମ୍ପାନିର ବଜାର ମୂଲ୍ୟ ୧୭ ବିଲିୟନ ଡଲାର ଥିଲା। ୮ ବର୍ଷରେ ଏହା ବଢ଼ି ୨୭୫ ବିଲିୟନ ଡଲାରରେ ପହଞ୍ଚିଯାଇଛି।