ଫୁଲବାଣୀ ୨୫।୭: ବ୍ରାଉନ ସୁଗାର ମାମଲାରେ ପୁଣି ୨ ଜଣଙ୍କୁ ଗିରଫ କରିଛି ଫୁଲବାଣୀ ଟାଉନ୍ ଥାନା ପୋଲିସ l ଗିରଫ ଦୁଇ ଜଣ ହେଲେ ଖଜୁରିପଡା ଥାନା ଆର୍ ନୂଆଗାଁ ଗ୍ରାମର ପ୍ରକାଶ ମୁଖୀ । ବର୍ତ୍ତମାନ ସେ ଫୁଲବାଣୀର ଅରବିନ୍ଦ ନଗରରେ ରହୁଥିଲେ । ଅନ୍ୟ ଜଣେ ଫୁଲବାଣୀ ସାହିର ଅରୁଣ ଜଣେ ମହିଳା ବୋଲି ଟାଉନ ପୋଲିସ କହିଛି l ଏ ଦୁଇ ଜଣଙ୍କୁ ମିଶାଇ ବ୍ରାଉନ ସୁଗାର ମାମଲାରେ ଗିରଫ ସଂଖ୍ୟା ୧୭ରେ ପହଞ୍ଚିଛି l

Also Read:- ସୁନାବେଶ ପାଇଁ ପୁରୀମୁହାଁ ହଜାର ହଜାର ଶ୍ରଦ୍ଧାଳୁ, ପିପିଲିରୁ ମାଳତୀପାଟପୁର ଲାଗିଛି ଲମ୍ବା ଲାଇନ୍

କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦଙ୍କ ନିର୍ଦ୍ଦେଶ କ୍ରମେ ବ୍ରାଉନ ସୁଗାର ମାମଲାର ତଦନ୍ତ କରାଯାଉଛି l ଏହି ଡ୍ରଗ୍ସ ମାମଲା କନ୍ଧମାଳ ବାହାରେ ନୟାଗଡ଼, ଭୁବନେଶ୍ଵରରେ ଯେଉଁ ଚାଲାଣ କାରି ରହିଛନ୍ତି ସେମାନଙ୍କ ଉପରେ ନଜର ରଖାଯିବ ବୋଲି ଏସ୍‌ପି ରମେନ୍ଦ୍ର ପ୍ରସାଦ କହିଛନ୍ତି ।