ଭଦ୍ରକ ୨୩।୦୭ : ଅଶୁଭ ଦିନ । ଗୋଟିଏ ପରେ ଘଟୁଛି ଗୋଟିଏ ଦୁର୍ଘଟଣା । ବିଳମ୍ବିତ ରାତିରେ ଢେଙ୍କାନାଳରେ ଦୁର୍ଘଟଣା ଘଟିଛି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଡବିଲରେ କାର୍ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ପୁଣି ଦୁର୍ଘଟଣା ନେଇଛି ଦୁଇ ନୀରିହ ଜୀବନ ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଭୟଙ୍କର ଦୁର୍ଘଟଣା । ମୃତକ ଦୁଇ ଜଣ ବାଲେଶ୍ୱର ଜିଲ୍ଲା ବେଗୁନିଆ ଅଞ୍ଚଳର ରତ୍ନାକର ଦାସ ଓ ଚନ୍ଦନ ସ୍ୱାଇଁ । କୌଣସି କାମରେ କଟକ ଯାଉଥିବା ବେଳେ ଭଣ୍ଡାରିପୋଖରୀ ଥାନା ଜସୋଟିକିରି ନିକଟରେ ଘଟିଲା ଦୁର୍ଘଟଣା । ଯେଉଁଥିରେ ଉଭୟଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଭଣ୍ଡାରିପୋଖରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
Also Read:-ମୋବାଇଲ ଦେଖାକୁ ବାରଣ କରିବାରୁ ପୁଅର ଆତ୍ମହତ୍ୟା, ପୁଅ ମୃତ୍ୟୁ ଖବର ପାଇ ମାଆ ପିଇଲା ବିଷ
