ବରଗଡ ୨୫।୫: ତାତିରେ  ଭାଜି ହେଉଛି ସାରା ଓଡ଼ିଶା । ଉପକୂଳରୁ ପଶ୍ଚିମ, ଆଭ୍ୟନ୍ତରୀଣ ଠାରୁ ଉତ୍ତର ସବୁଠି ଦେଖିବାକୁ ମଳିଛି ତାତିର ତାଣ୍ଡବ । ଆସନ୍ତା ୩ ଦିନ ଯାଏ ଜଳିବ ଓଡ଼ିଶା, ୩ ଜିଲ୍ଲାକୁ ପାଣିପାଗ ବିଭାଗ  ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଥିବା ବେଳେ  ଆସନ୍ତା ୩୦ରୁ ତାତିରୁ  ଆଶ୍ବସ୍ତି ମିଳିବା ନେଇ  ଆକଳନ କରିଛି ପାଣିପାଗ ବିଭାଗ । 

ଏଭଳି ସ୍ଥିତିରେ ବରଗଡ଼ ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ଧନୁଯାତ୍ରାର ସ୍ମାରକୀ ଗେଟ୍ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Also Read:- ଆଗାମୀ ୩ ଦିନ ତ୍ରାହି ନାହିଁ ; ପ୍ରଚଣ୍ଡ ଖରାରେ ସିଝିବ ସମ୍ବଲପୁର, ବଲାଙ୍ଗିର ଓ ବୌଦ୍ଧ

ସୋମବାର ଦ୍ବିପ୍ରହର ସମୟରେ ବରଗଡ଼ ସହରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ଦ୍ରୁତ ଗତିରେ ପବନ ବହିବା ସହିତ ବର୍ଷା ମଧ୍ୟ ହୋଇଥିଲା । ଯାହା ଫଳରେ ବହୁ ଗଛ ଭାଙ୍ଗିବା ସହ ବିଶ୍ୱ ପ୍ରସିଦ୍ଧ  ବରଗଡ଼ ଧନୁଯାତ୍ରା ସ୍ମାରକୀ ତୋରଣ ମଧ୍ୟ ଭାଙ୍ଗିଯାଇ ତଳେ ପଡ଼ି ରହିଛି

କାଳବୈଶାଖୀରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଗୁରୁତର ବ୍ୟକ୍ତି ମାନଙ୍କ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଗୁରୁତର ବ୍ୟକ୍ତି ହେଲେ ଅଜିତ କୁମ୍ଭାର ଓ ସୁଜିତ କୁମ୍ଭାର । ସେମାନେ ପେଶାରେ ରିକ୍ସା ଚାଳକ ଅଟନ୍ତି ।