ବାଲେଶ୍ୱର ୦୮।୧୧ : ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ହଠାତ୍ ପହଞ୍ଚିଲା ଭାରତୀୟ ତଟରକ୍ଷୀ ବାହିନୀର ଦୁଇଟି ହୋଭରକ୍ରାଫ୍ଟ। ସମୁଦ୍ର ପଟୁ ହଠାତ୍ ଦୁଇଟି ହୋଭରକ୍ରାଫ୍ଟ ବେଳାଭୂମିକୁ ଆସିବା ଦେଖି ପ୍ରଥମେ ଭୟଭୀତ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ। ପରେ ତଟରକ୍ଷୀ ବାହିନୀର ହୋଭରକ୍ରାଫ୍ଟ ବୋଲି ଜାଣିବା ପରେ ଏହାକୁ ଦେଖିବାକୁ ଜମିଥିଲା ଲୋକଙ୍କ ଭିଡ଼। ସମୁଦ୍ରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ଚାନ୍ଦିପୁର ବେଳାଭୂମିରେ ଅଟକିଥିବା ସୂଚନା ମିଳିଛି।

ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଭାରତୀୟ ତଟରକ୍ଷୀ ବାହିନୀର ଦୁଇଟି ହୋଭରକ୍ରାଫ୍ଟ। ପୂର୍ବାହ୍ନରେ ହଠାତ୍ ସମୁଦ୍ର ପଟୁ ଆସି ବେଳାଭୂମିରେ ପହଞ୍ଚିଥିଲା ଏହି ଦୁଇଟି ହୋଭରକ୍ରାଫ୍ଟ। ଏହାକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ଓ ଭୟଭୀତ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ। ପରେ ଏହା ଭାରତୀୟ ତଟରକ୍ଷୀ ବାହିନୀର ହୋଭରକ୍ରାଫ୍ଟ ବୋଲି ଜାଣିବା ପରେ ଏହାକୁ ଦେଖିବା ପାଇଁ ବେଳାଭୂମିରେ ଜମିଥିଲା ଶତାଧିକ ଲୋକଙ୍କ ଭିଡ଼। ସୂଚନା ଅନୁସାରେ, ଏହି ଦୁଇଟି ହୋଭରକ୍ରାଫ୍ଟ ଗୋଆରୁ କୋଲକାତା ଅଭିମୁଖେ ଯାଉଥିଲା।

Also Read:-ମାଆ ଭଦ୍ରକାଳୀଙ୍କ ପୀଠରେ ଭକ୍ତଙ୍କ ଭିଡ଼, ଆରମ୍ଭ ହେଲା ସପ୍ତମାତୃକା ବେଶ ଦର୍ଶନ

ତେବେ ସମୁଦ୍ର ମଧ୍ୟରେ ହୋଭରକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ତଟରକ୍ଷୀ ବାହିନୀ ଏହାକୁ ଚାନ୍ଦିପୁର ବେଳାଭୂମିରେ ଅଟକାଇଥିଲା। ପରେ ଦୁଇଟି ହୋଭରକ୍ରାଫ୍ଟ ପୁଣି ସମୁଦ୍ରକୁ ଫେରିଯାଇଥିଲା। ତେବେ ଯାନ୍ତ୍ରିକ ତ୍ରୁଟି ସମ୍ପର୍କରେ ତଟରକ୍ଷୀ ବାହିନୀ କିମ୍ବା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।