ଭଦ୍ରକ ୦୮।୧୧ :  ଆଜିଠୁ ଆରମ୍ଭ ହୋଇଛି ଭଦ୍ରକ ଜିଲ୍ଲାର ଐତିହାସିକ କାଳୀପୂଜା । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠ ରେ ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ଚାଲିଛି । ଆଜି ଠାରୁ ୭ ଦିନ ଧରି ମାଆ ସପ୍ତମାତୃକା ବେଶରେ ଦର୍ଶନ ଦେବେ । ପ୍ରଥମ ଦିନରେ ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମାଆ ଭଦ୍ରକାଳୀ । ମାଆ ଭଦ୍ରକାଳୀ ହାତରେ ବେଦ, ଜପାମାଳି, ଗଦା ଓ ପଦ୍ମ ଧାରଣ କରିଛନ୍ତି । ଆଜିର ଦିନରେ ମାଆଙ୍କ ବେଶ ଦର୍ଶନ କଲେ ଜ୍ଞାନ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି ।

ସାଳନ୍ଦୀ ନଦୀରୁ କଳସ ଆସି ମାଆଙ୍କ ପୀଠରେ ସ୍ଥାପନ ହେବା ପରେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହେବ । ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଏପଟେ ଆଜି ଦୀପାବଳିରେ ମାଆ କାଳୀଙ୍କ ପୂଜା ବେଶ ଧୁମଧାମରେ ପାଳିତ ହେଉଛି। ଭୁବନେଶ୍ୱର ବରମୁଣ୍ଡାରେ ପୀଠରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଓ ସତ୍ୟ ନଗରରେ ପୀଠ ଓ ମଣ୍ଡପରେ ପୂଜା ହେଉଛି। ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରୁଛନ୍ତି । ଗାଡ଼ି ପୂଜା ମଧ୍ୟ ହେଉଛି।

Also Read:-Orangutans: ଇଣ୍ଡୋନେସିଆର ଦାବିକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ, ଓରାଙ୍ଗଉଟାନ୍‌ଙ୍କୁ ଫେରାଇ ନେବାକୁ ହେଲେ ଦେବାକୁ ପଡ଼ିବ ପ୍ରମାଣ