ବୈପାରୀଗୁଡ଼ା ୨୧।୦୪ : ଭୟଙ୍କର ସଡ଼କ ଦୁର୍ଘଟଣା । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା କାଲିଆଝଲି ଛକରେ ପିକ୍ଅପ୍ ଭ୍ୟାନ୍ ସହ ବାଇକର ମୁହାଁମୁହିଁ ଧକ୍କା । ଯେଉଁଥିରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକ ମଝାଗୁଡ଼ା ଗାଁର ରବିନନ୍ଦ ମସ୍ତି ଓ କାନ୍ଦିଲିବେଡ଼ା ଗାଁର ମହେଶ୍ୱର ଫେଦାପଡ଼ିଆ ।

ଖବର ଅନୁଯାୟୀ, ସୋମବାର ସକାଳେ ରାମଗିରି ଠାରୁ ଦଣ୍ଡାବାଡ଼ି ଅଭିମୁଖେ ଏକ ପିକଅପ୍ ଭ୍ୟାନ୍ ଯାଉଥିଲା । ଏହି ସମୟରେ ଦଣ୍ଡାବାଡ଼ି ପଟୁ ରାମଗିରିକୁ ଏକ ବାଇକରେ ୨ଜଣ ଯୁବକ ଆସୁଥିଲେ । ମଝାଗୁଡ଼ା ଛକରେ ବାଇକ୍ ଏବଂ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ବାଇକ୍ରେ ଥିବା ୨ ଜଣ ଯୁବକ ଛିଟିକି ପଡ଼ିଥିଲେ । ଏହାପରେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ଦୁଇ ଜଣ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

Also Read:-ମୃତ୍ୟୁ ସହ ଲଢୁଛନ୍ତି ଏହି ଷ୍ଟାର୍ ବୋଲର୍, ଦିଲ୍ଲୀର ହସ୍ପିଟାଲରେ ଭର୍ତ୍ତି, ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ କହିଲେ ଡାକ୍ତର

ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ବୈପାରୀଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଏହାସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିଥିବା ବେଳେ ପିକ୍ଅପ୍ ଡ୍ରାଇଭରଙ୍କ ପରିଚୟ ହସ୍ତଗତ ହୋଇନାହିଁ ।