ନୂଆଦିଲ୍ଲୀ: ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନ। ଆଫଗାନିସ୍ତାନର ଘାତକ ବୋଲର। କିନ୍ତୁ ସେ ଜୀବନଘାତକ ରୋଗ ସହିତ ସହିତ ଲଢ଼ୁଛନ୍ତି। HLH ନାମକ ଏକ ବିରଳ ରୋଗରେ ସେ ପୀଡ଼ିତ। ତାଙ୍କୁ ଜାନୁଆରୀ ମାସରୁ ନୂଆଦିଲ୍ଲୀର ଏକ ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଛି। ତାଙ୍କ ସୁସ୍ଥତା ପାଇଁ ସାରା ବିଶ୍ୱରୁ ପ୍ରାର୍ଥନାର ସୁଅ ଛୁଟିଛି। ୩୮ ବର୍ଷୀୟ ବାମହାତୀ ଦ୍ରୁତ ବୋଲର ତାଙ୍କର ରୋଗ ଜଣାପଡିବା ପରଠାରୁ ତାଙ୍କ ଜୀବନ ସହିତ ଲଢ଼ୁଛନ୍ତି। HLH ରୋଗ କଣ ?

HLH ଏକ ରୋଗ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ଗୁରୁତର ଭାବରେ ଦୁର୍ବଳ କରିଦିଏ। ଏହା ମୁଖ୍ୟତଃ ପିଲାମାନଙ୍କୁ ପ୍ରଭାବିତ କରେ। ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଅତ୍ୟଧିକ ଆକ୍ଟିଭ ହୋଇଯାଏ, ଯାହା ଫଳରେ ହାଇପରଇନଫ୍ଲାମେସନ୍ ହୁଏ। ଏହି ଅବସ୍ଥା ଶରୀରର ଟିସୁଗୁଡ଼ିକୁ ଗୁରୁତର କ୍ଷତି ପହଞ୍ଚାଏ। ଏଥିରେ ଯକୃତ, ପ୍ଲୀହା, ଲିମ୍ଫ ନୋଡ୍ସ ଏବଂ ଅସ୍ଥି ମଜ୍ଜା ମଧ୍ୟ ରହିଛି। ଶାପୁର ଚତୁର୍ଥ ପର୍ଯ୍ୟାୟ HLHରେ ପୀଡିତ। ଏହି ପର୍ଯ୍ୟାୟ ରୋଗର ସବୁଠାରୁ ଗମ୍ଭୀର ପର୍ଯ୍ୟାୟ ବୋଲି ବିବେଚନା କରାଯାଏ।

​​​​​​​

ତାଙ୍କ ସାନ ଭାଇ ଘାମାଇ ଜାଦ୍ରାନଙ୍କ ଅନୁଯାୟୀ, ଶାପୁର ପ୍ରଥମେ ଗତ ବର୍ଷ ଅକ୍ଟୋବରରେ ଅସୁସ୍ଥ ହୋଇ ପଡ଼ିଥିଲେ। ଆଫଗାନ ଡାକ୍ତରମାନେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭାରତ ଯାତ୍ରା କରିବାକୁ ପରାମର୍ଶ ଦେଇଥିଲେ। ରସିଦ ଖାନ ଏବଂ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀଙ୍କ ସହାୟତାରେ, ତାଙ୍କର ମେଡିକାଲ ଭିସା ପ୍ରକ୍ରିୟା ପ୍ରସ୍ତୁତ ହୋଇଥଲା। ତାଙ୍କୁ ଗତ ଜାନୁଆରୀ ୧୮ରେ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବତନ ଆଫଗାନିସ୍ତାନ ଅଧିନାୟକ ଅସଗର ଆଫଗାନ ମଧ୍ୟ ତାଙ୍କୁ ସହାୟତା କରିବା ପାଇଁ ଦିଲ୍ଲୀ ଏବଂ ଦୁବାଇ ମଧ୍ୟରେ ଯାତ୍ରା କରୁଛନ୍ତି।

ଶାପୁରଙ୍କ ଭାଇ କହିଥିଲେ ଯେ ତାଙ୍କର ଶରୀରରେ ସଂକ୍ରମଣ ହେବା ଯୋଗୁଁ ସମଗ୍ର ଶରୀରକୁ ପ୍ରଭାବିତ କରିଥିଲା। ଏହି ସଂକ୍ରମଣରେ ଟିବି ଥିଲା। ଏହା MRI ଏବଂ CT ସ୍କାନ ଦ୍ୱାରା ତାଙ୍କ ମସ୍ତିଷ୍କକୁ ବ୍ୟାପିଥିବା ସ୍ପଷ୍ଟ ହୋଇଥିଲା। ଚିକିତ୍ସା ସମୟରେ ତାଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିଛି। ସେ ଡେଙ୍ଗୁରେ ବି ସଂକ୍ରମିତ ହୋଇଥିଲେ। ଏଥିପାଇଁ ତାଙ୍କ ଶରୀରରେ ଲୋହିତ ରକ୍ତକଣିକା (RBC)ର ପରିମାଣ କମି ଯାଇଥିଲା।

Also read- ଆଇପିଏଲ ଭିତରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଲେ ସେଲିବ୍ରିଟି କପଲ, ଭଜିଲେ ରାଧାନାମ

ଅସ୍ଥି ମଜ୍ଜା ପରୀକ୍ଷାରେ ଷ୍ଟେଜ୍-4 HLH ଜଣାପଡିବା ପରେ ତାଙ୍କ ଅବସ୍ଥା ବହୁତ ଖରାପ ହୋଇଗଲା। ସେ ବର୍ତ୍ତମାନ ବହୁତ ଦୁର୍ବଳ ଏବଂ ଡାକ୍ତରୀ ନିରୀକ୍ଷଣରେ ଅଛନ୍ତି। ତାଙ୍କୁ ଦିଆଯାଇଥିବା ଷ୍ଟେରଏଡ୍ ସକାରାତ୍ମକ ପ୍ରଭାବ ପକାଇଛି। ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ଶାପୁର ଜାଦ୍ରାନଙ୍କ କ୍ରିକେଟ୍ କ୍ୟାରିଅର:

ଶାପୁର ୨୦୦୯ରୁ ୨୦୨୦ ପର୍ଯ୍ୟନ୍ତ ତାଙ୍କ ଅନ୍ତର୍ଜାତୀୟ କ୍ୟାରିଅରରେ ଆଫଗାନିସ୍ତାନକୁ ପ୍ରତିନିଧିତ୍ୱ କରିଥିଲେ। ସେ ତାଙ୍କ କ୍ୟାରିଅରରେ ୪୪ ଦିନିକିଆ ଏବଂ ୩୬ T20 ମ୍ୟାଚ୍ ଖେଳିଥିଲେ। ଏହି ସମୟ ମଧ୍ୟରେ, ସେ ODIରେ ୪୩ ଏବଂ T20 ଆନ୍ତର୍ଜାତୀୟରେ ୩୭ ୱିକେଟ୍ ନେଇଥିଲେ। ୨୦୧୫ ବିଶ୍ୱକପ୍ରେ ଆଫଗାନିସ୍ତାନ ପାଇଁ ୧୦ରୁ ଅଧିକ ୱିକେଟ୍ ନେଇଥିବା ସେ ଏକମାତ୍ର ବୋଲର ଥିଲେ।