ମାଲକାନଗିରି ୯।୧୧: ସ୍କୁଟର ଓ ବାଲି ବୋଝେଇ ଟ୍ରାକ୍ଟର ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । ମାଲକାନଗିରି ସୋମନାଥପୁର ସ୍କୁଲ ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ।

ମାଲକାନଗିରି ଜିଲ୍ଲା ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ମହୁଲଫୁଟ ଗ୍ରାମର ତିନି ଜଣ ସମ୍ପର୍କୀୟ ଗୋଟିଏ ସ୍କୁଟରରେ କୁଡୁମୁଲୁଗୁମ୍ମା ଯାଉଥିଲେ । ଏହି ସମୟରେ ସୋମନାଥପୁର ସ୍କୁଲ ଛକରେ ଏକ ବାଲି ବୋଝେଇ ଟ୍ରାକ୍ଟର ସହ ସ୍କୁଟର ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ରାଜୁ ଖିଲ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ପ୍ରାଣ ହରାଇଛନ୍ତି କୁମ ଖରା । ଆହତ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

Also Read:- ବାଣ ଫୁଟାକୁ ନେଇ ବିବାଦ ; ସିସିଟିଭି ଭାଙ୍ଗି ଘରେ ପଶିଲେ, ହତ୍ୟା ଧମକ ଦେଲେ ମୁଖାପିନ୍ଧା ଦୁର୍ବୃତ୍ତ

ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ବେଳେ ମୃତକଙ୍କ ପରିବାର ଲୋକେ ବାଲିମେଳା ଥାନାରେ ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ।