ବାଙ୍କୀ ୦୫।୦୯ : ଦୁଇ ଭାଇଙ୍କୁ ଆକ୍ରମଣ । ପୂର୍ବଶତ୍ରୁତାକୁ ନେଇ ମରଣାନ୍ତକ ଆକ୍ରମଣ । କଟକ ଜିଲ୍ଲା ବାଙ୍କୀ ଥାନା ବେଦପୁର ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ଛାନ୍‌ଭିନ୍‌ ।

ଖବର ଅନୁଯାୟୀ, ବେଦପୁର ଗ୍ରାମର ଗନ୍ଧର୍ଭ ମଲିକଙ୍କ ପୁଅ ସିଦ୍ଧାର୍ଥ ମଲିକ ଓ ଶକ୍ତି ମଲିକ ଶନିବାର ଦିନ ୧୧ ଟା ସମୟରେ ସୋମନାଥ ପଣ୍ଡା ଓ ରାଜେଶ ପଣ୍ଡାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଯେଉଁଥିରେ ଦୁଇ ଭାଇ ଗୁରୁତର ହୋଇ ପଡିଥିଲେ । ଏହାପରେ ଦୁଇ ଭାଇଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତର ସୋମନାଥଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଦୁଇଥର ସିଦ୍ଧାର୍ଥ ଓ ଶକ୍ତି ମରଣାତ୍ମକ ଆକ୍ରମଣ କରିଥିଲେ।

Also Read:-ରାତିଅଧିଆ ଚାଲିଥିଲା ଗଞ୍ଜେଇ ବେପାର, ମାଡ଼ିବସିଲା NCB ଟିମ୍

ସେପଟେ ଏନେଇ ସୋମନାଥ ବାଙ୍କୀ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ପୋଲିସର ଅବହେଳା ପାଇଁ ଆଜି ଏ ଘଟଣା ଘଟିଛି। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ଦିଗକୁ ନେଇ ଛାନ୍ଭିନ୍ ଜାରି ରଖିଛି ବାଙ୍କୀ ପୋଲିସ ।