ନୀଳଗିରି ୦୫।୦୯ : ଥମୁନି ଗଞ୍ଜେଇ କାରବାର । ବାରମ୍ବାର ପୋଲିସକୁ ଚକମା ଦେଇ ଚାଲିଛି ବେପାର । ବାଲେଶ୍ୱର ଜିଲ୍ଲା ରେମୁଣା ନିକଟରୁ ୮୦ କିଲୋ ଗଞ୍ଜେଇ ଜବତ କରିଛି NCBର ସ୍ୱତନ୍ତ୍ର ଟିମ୍ ।

ଭୁବନେଶ୍ୱରରୁ ବାଲେଶ୍ୱର ଜିଲ୍ଲା ରେମୁଣାକୁ ଗଞ୍ଜେଇ ଚାଲାଣ ବେଳେ ରାତି ଅଧିଆ ଚଢାଉ । ଗଞ୍ଜେଇ ଚାଲାଣକାରୀଙ୍କୁ ଗୋଡାଇ ଗୋଡାଇ ଧରିଲା ଏନସିବିର ସତନ୍ତ୍ର ଟିମ୍ । ପାଖାପାଖି ୮୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଆନୁମାନିକ ୨ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏକ ଅଟୋ ଓ କାର ଜବତ ହୋଇଛି ।

Also Read:-କାମୁଡ଼ିଲା ବିଷାକ୍ତ ସାପ, ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଯୁବକ

ଭୁବନେଶ୍ୱରରୁ ବାଲେଶ୍ୱର ଜିଲ୍ଲା ରେମୁଣାକୁ ଗଞ୍ଜେଇ ଚାଲାଣ ବେଳେ ଏନସିବି ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ବରରୁ ଏକ କାରକୁ ପିଛା କରିଥିଲେ । କାରଟି ନୀଳଗିରି ବାଟେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ କାରଟିକୁ କାବୁ କରିଥିଲେ । ଏହା ସହ କାହାଳିଆ ଗାଁରେ ଗଞ୍ଜେଇ ଭର୍ତ୍ତି ଅଟୋକୁ କାବୁ କରିଥିଲ। ଏହି ଦୁଇଟି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଜଣେ ଗଞ୍ଜେଇ ବେପାରୀ ଫକିର ମୋହନ କଲେଜ ନିକଟ ନୁଆପାଢି ଅଞ୍ଚଳର ବୋଲି ସୂଚନା ମିଳିଛି । ସେହିପରି କାର ସହ ଅଟକ ଥିବା ସପ୍ଲାୟର ନୟାଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି ।