ଭୁବନେଶ୍ୱର ୨୪।୧୦ : ସମ୍ଭାବ୍ୟ ବାତ୍ୟା ନେଇ ଆକ୍ସନରେ ସରକାର । ସମ୍ଭାବ୍ୟ ବାତ୍ୟା ପାଇଁ କୃଷି ଭବନରେ ବସିଲା ଗୁରୁତ୍ବପୁର୍ଣ ସମୀକ୍ଷା ବୈଠକ । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଅଧକ୍ଷତାରେ ବସିଲା ବୈଠକ ।

ସାଇକ୍ଲୋନିକ ଷ୍ଟର୍ମକୁ ଆଖିରେ ରଖି କୃଷି ବିଭାଗ କଣ ପଦକ୍ଷେପ ନିଆଯିବ ସେ ନେଇ ବୈଠକରେ ଚର୍ଚ୍ଚା ଆଲୋଚନା ହେଉଛି । ଆସନ୍ତା ୨୮ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ଅଛି, ଏହାକୁ ଦୃଷ୍ଟିରେ ରଖି କୃଷି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ । ଆଜିର ଏହି ବୈଠକରେ କୃଷି ବିଭାଗ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଧେଶିକା ମନୋରମା ମହାନ୍ତି ଏବଂ ବିଭିନ୍ନ ଜିଲ୍ଲାର ୨୫ ଜଣ କୃଷି ଅଧିକାରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଛନ୍ତି । ପ୍ରବଳ ବର୍ଷାକୁ ଆଖିରେ ରଖି କୃଷି ବିଭାଗକୁ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଉଛନ୍ତି ସଚିବ ।

Watch Video:-