ଆଠଗଡ଼ ୩।୯: ଆଠଗଡ଼ରେ ଦୁଇ ଭାଇଙ୍କୁ ନେଇ ଦୁଃଖଦ ଘଟଣା । ନଦୀକୁ ମାଛ ମାରିବାକୁ ଯାଇ ପାଣିରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ । ଆଠଗଡ଼ ଥାନା ଅନ୍ତର୍ଗତ ଇଚ୍ଛାପୁର ନିକଟ ସାପୁଆ ନଦୀରେ ଘଟିଛି ଅଘଟଣ ।

ମାଛ ମାରିବା ପାଇଁ ନଦୀକୁ ଯାଇଥିଲେ ଦୁଇ ଭାଇ ମଣ୍ଟୁ ସାମଲ ଓ ପିଣ୍ଟୁ ସାମଲ । ଗାଁ ନିକଟସ୍ଥ ନଦୀକୁ ମାଛ ମାରିବାକୁ ଯାଇଥିବା ବେଳେ ଅସାବଧାନତାରୁ ପାଣିରେ ବୁଡ଼ି ଯାଇଥିଲେ ଦୁଇ ଭାଇ । ପ୍ରଥମେ ସାନ ଭାଇ ପିଣ୍ଟୁ ସାମଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

Also Read:- ୨୦ ହଜାର ପରେ ଆଉ ୬ ହଜାର ଲାଞ୍ଚ : ରେଡ୍‌ ହ୍ୟାଣ୍ଡେଡ୍‌ ଧରାପଡ଼ିଲେ ଅଧିକାରୀ

ଅନ୍ୟପଟେ ନିଖୋଜ ଥିବା ବଡ଼ ଭାଇ ମଣ୍ଟୁ ସାମଲଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଗୋଟିଏ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ ପରେ ଇଛାପୁର ଗାଁରେ ଖେଳିଯାଇଛି ଶୋକର ଛାୟା। ପରିବାର ଓ ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ଦେଖାଦେଇଛି ଶୋକାକୁଳ ପରିବେଶ।

Watch Video: