ହିସାର: ଗୁରୁଗ୍ରାମ-ନୁହରେ ଘରୋଇ କମ୍ପାନୀକୁ ଲାଇସେନ୍ସ ଦେବା ବିରୋଧରେ ସରକାର ଓ ବିଦ୍ୟୁତ ନିଗମ ମଧ୍ୟରେ ଟଣାଓଟରା ଯୋଗୁ ଗତ ୨୪ ଘଣ୍ଟା ହେଲା ହିସାର ସର୍କଲର ୩୫୫ କ୍ଷେତ୍ର ବ୍ଲାକ୍ ଆଉଟ ରହିଛି। ହରିୟାଣା ବିଦ୍ୟୁତ କର୍ମଚାରୀ ଓ ଇଞ୍ଜିନିୟର୍ସ ମିଳିତ ସଂଘର୍ଷ ମୋର୍ଚ୍ଚାର ୪୦ ହଜାରରୁ ଅଧିକ ଇଞ୍ଜିନିୟର ଓ କର୍ମଚାରୀଙ୍କ ହରତାଳ ଯୋଗୁ ଏପରି ପରିସ୍ଥିତି ଉପୁଜିଛି। କର୍ମଚାରୀ ଓ ଇଞ୍ଜିନିୟରମାନେ ଚେତାବନୀ ଦେଇଛନ୍ତି ଯେ ଯଦି ସରକାର ଲାଇସେନ୍ସ କ୍ୟାନସଲ ନ କରନ୍ତି ତେବେ ଅକ୍ଟୋବର ୨୪ରେ ମିଟିଂ କରି ହରତାଳକୁ ଜୋରଦାର କରିବେ।

ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଗ୍ୟାବିପୁର,ଚୁଲି-ମୋଢାଖେଡା, ଅଗ୍ରୋହା-ନଙ୍ଗଥଲା, ଚୌଧୁରୀଭାସ, ଆର୍ଯ୍ୟନଗର, ଜମାଲପୁର, ଥୁରାନା ମିର୍ଚ୍ଚପୁର, ଖରଡ, ଅଲିପୁର, ଭାଟଲା, ଦୟାଲ ସିଂହ କଲୋନୀ, ହଂସୀ ରେଲୱେ, ଲୋହାରୀ ରାଧୋ, ମାଜରା, ଢଂଢେରୀ, ଖେଡୀ ଲୋହଚବ, ଉମରା, ବାସ, ମୁଣ୍ଢାଲ,ରଜାଲୀ, ସଦଲପୁର, ସ୍ୟାହଡବା, ପାୟଲ, ଦୁର୍ଜନପୁର, ଜେଏନଭି ଇଣ୍ଡୋ, ପ୍ରଭୁଭାଟା ଏପି, ସତାରଡ ପମ୍ପ, ସୈନୀପୁରା, ଏଚପିସିଏଲ ଇଣ୍ଡୋ ସହିତ ଲାଗି ରହିଥିବା ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ବାଧିତ ହୋଇଛି।

ସେହିପରି ନାଗୋରୀ ଗେଟ୍, ରାଜଗୁରୁ ମାର୍କେଟ, ଗାଂବଜୁଗଲାନ, କୁଞ୍ଜଲାଲ ଗାର୍ଡନ, ପୁରାନୀ ସବଜୀ ମଣ୍ଡି, ସୂର୍ଯ୍ୟନଗର ନିକଟ ବଡୱାଲୀ ଢାଣୀ, ଇନ୍ଦ୍ର କଲୋନୀ, ଶାନ୍ତିନଗର, ଉତ୍ତମ ନଗର, ୟୋଗ ନଗର, ମନଫୁଲ ନଗର, ବକ୍ସିନଗର, ପୁରୁଣା ସବଜୀମଣ୍ଡି ନିକଟବର୍ତ୍ତି ଅଞ୍ଚଳ, ସୁଭାଷ ନଗର, କୃଷ୍ଣା ନଗର, ନଇ ଅନାଜ ମଣ୍ଡି,ପଟେଲ ନଗର, ଜବାହାର ନଗର ଓ ଅଟୋ ମାର୍କେଟ ଆଦି ସହରାଞ୍ଚଳ ମଧ୍ୟ ବିଦ୍ୟୁତ ଯୋଗାଣରୁ ବାଦ ପଡିଛି।

ହିସାରେ ୨୪ ଘଣ୍ଟା ଧରି ୩୫୫ କ୍ଷେତ୍ର ବ୍ଲାକ୍ ଆଉଟ୍ ଥିବା ବେଳେ ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୯୭ ପ୍ରତିଶତ କର୍ମଚାରୀ ହରତାଳରେ ଯୋଗ ଦେଇଛନ୍ତି। ସେହିପରି ରୋହତକ ଅନ୍ତର୍ଗତ ମହମ ଓ ସାମ୍ପଲାର ଅଧିକାଂଶ ଅଞ୍ଚଳ ରାତିରେ ଅନ୍ଧାର ଥିଲା। ହାଂସୀର ୧୨ ସବଷ୍ଟେସନ ଓ ଫିଡର କ୍ଷେତ୍ରରେ ବିଦ୍ୟୁତ ଯୋଗାଣ ବାଧିତ ଥିଲା। ଲୋକେ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି। ସିରସା ଅନ୍ତର୍ଗତ କାଲାମ୍ବାଲୀ ଓ ନାଥୁସରୀ ଚୋପଟାରେ ରାତିରୁ ବିଦ୍ୟୁତ ଯୋଗାଣ ବାଧିତ ରହିଛି। ତେବେ ଲୋକଙ୍କୁ ବିଦ୍ୟୁତ ଯୋଗାଇ ଦେବାକୁ ନିଗମ ଠିକାଦାରଙ୍କ ୨୦ ଜଣ କର୍ମଚାରୀ ଓ ଆଇଟିଆଇର ୧୭୬ ଜଣ ଆପ୍ରେଣ୍ଟିସଙ୍କୁ ନିୟୋଜତ କରାଯାଇଥିଲା।

ସେହିପରି ଝାଝରରେ ୨୩ରୁ ୧୦ ଫିଡର ବ୍ରେକଡାଉନ ରହିଛି। ପରିସ୍ଥିତି ସମ୍ଭାଳିବା ପାଇଁ ପ୍ରଶାସନ ୧୩୨ ଟେକ୍ନିକାଲ କର୍ମଚାରୀ ଉପଲବ୍ଧ କରାଇଛି। ଫତେହବାଦରେ ୭୩ରୁ ୨୧ ସବଷ୍ଟେସନ ବନ୍ଦ ପଡିଛି। ଟୋହାନାର ୧୩୨ କେଭି ସବଷ୍ଟେସନରେ ବିସ୍ଫୋରଣ ପରେ ଅଧାରୁ ଅଧିକ ସହରର ବିଦ୍ୟୁତ କଟି ଯାଇଛି।